ମା ବାସନ୍ତୀ ସ୍ୱେଚ୍ଛାସେବୀ ଯୁବ ସଂଗଠନର ରକ୍ତଦାନ ଶିବିର ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ |

96

କଟକ (ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସୟାସ୍ଥିତ ମା ବାସନ୍ତୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ତରଫରୁ ଏକ ରକ୍ତଦାନ ଶିବିର ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦେଉଳାର ଜେ.ଜେ. ସ୍ପୋଟିଂ ଓ ବନ୍ତ ମୁନ୍‌ଲାଇଟ କ୍ଲବ ମଧ୍ୟରେ ଚୂଡ଼ାନ୍ତ ଖେଳ ଅନୁଷ୍ଠିତ ହୋଇଥିଲା । ବନ୍ତ ଟିମ ପ୍ରଥମେ ଟସ ଜିଣି ବ୍ୟାଟିଂ କରିବାର ନିଷ୍ପତ୍ତିି ନେଇ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୨୩୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଦେଉଳା ଟିମ୍ ୧୯.୪ ଓଭରରେ ୮ ୱିକେଟ ହରାଇ ୨୩୬ ରନ ସଂଗ୍ରହ କରି ଚଳିତ ବର୍ଷ ଚମ୍ପିଅନ ହୋଇ ପାରିଥିଲା । ବିଜୟୀ ଓ ରନର୍ସ ଅପ୍ ଦଳକୁ କପ ଓ ଅର୍ଥ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସଂଗଠନ ତରଫରୁ ୧୭ତମ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଭ୍ୟ ସୌମ୍ୟରଂଜନ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ବ୍ଲଡ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀମାନେ ସହଯୋଗ କରିଥିଲେ । ସଭାପତି ପ୍ରହ୍ଲାଦ ନାୟକ, ପୂର୍ବତନ ସଭାପତି କାହ୍ନୁଚରଣ ଶତପଥି, ସମ୍ପାଦକ ଲକ୍ଷ୍ମଣ ନାୟକ, ସଭ୍ୟ ଶିଶିର , ଲଲାଟେନ୍ଦୁ, ମଧୁସୂଦନ, ଅରୁଣି, ଖଗେଶ୍ୱର, ତପନ, ଅଶୋକ, ସ୍ୱାଗ. ପ୍ରବୋଧ ରଂଜନ, ସଂଜୟ, କାଳନ୍ଦୀ, ମଳୟ, ପ୍ରଶାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |