କଟକ ( ଉତ୍କଳ ନ୍ୟୁଜ ) ୧୬-୦୨ - ୨୦୨୬ : ଚର୍ଚ୍ଚା ରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ। ଜିଲ୍ଲା ର ଅଧିକାରୀ ହେଲେ ମଧ୍ୟ ବିଶେଷ କରି କବିସୂର୍ଯ୍ୟନଗର ବ୍ଲକକୁ ଆକ୍ରୋଶ ମୂଳକ ଦୃଷ୍ଟି ଦେଉଥିବା ଏଵେ ଅଭିଯୋଗ ହେଉଛି। ଏପରିକି ଡିଇଓ ଙ୍କ ନିୟନ୍ତ୍ରଣ ରେ ଥିବା ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ଦୁର୍ନୀତି କୁ ଚପାଇ ଦେଇ ପ୍ରାଥମିକ ବିଦ୍ୟାଳୟ ଗଣ ଶିକ୍ଷକ ଙ୍କ ପ୍ରତି ଆକ୍ରୋଶ ରଖି ଜୈନିକ ଶିକ୍ଷକ ଙ୍କୁ ବାରମ୍ବାର ବଦଳି କରିବା ଭଳି ଘଟଣା କୁ ନେଇ ଅଶାନ୍ତୋଷ ବଢୁଛି। ଗଞ୍ଜାମ ଜିଲ୍ଲା ବିସୂର୍ଯ୍ୟନଗର ବ୍ଲକ ବରିଡା ସ୍ଥିତ ହାଇସ୍କୁଲରେ ବହୁ ଅନିୟମିତତା ଲାଗିରହିଥିଲେ ମଧ୍ୟ ସବୁ ଜାଣି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନୀରବତା ଶିକ୍ଷା ବିଭାଗ ରେ ଚର୍ଚ୍ଚା ଆଲୋଚନା ଚାଲିଛି. ନିକଟରେ ସେହି ବିଦ୍ୟାଳୟ ର ଜଣେ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା ଙ୍କୁ ଡିଇଓ ଙ୍କ ଚାପରେ ଜାନୁୟାରୀ ମାସରେ ଶିକ୍ଷା ବର୍ଷ ମଧ୍ୟରେ ବେ ଆଇନ ଭାବେ ଅନ୍ୟତ୍ର ବଦଳି କରିବା ପରେ ଗାଁ ରେ ଉତ୍ତେଜନା ଦେଖାଦେଇଥିଲା | ଉତେଜନା ଦିନକୁ ଦିନ ଜଟିଳ ହେବା ପରେ ଫେବୃଆରୀ ୪ ତାରିଖରେ କବିସୂର୍ଯ୍ୟନଗର ବିଇଓ, ଶିକ୍ଷକ ଶ୍ରୀ ବେହେରା, ପ୍ରଧାନ ଶିକ୍ଷକ ଏବଂ ଗଞ୍ଜାମ ଡିଇଓ ଙ୍କ ମଧ୍ୟରେ ଏକ ଆଲୋଚନା ପରେ ନିଷ୍ପତି ହେଲା ପ୍ରଧାନ ଶିକ୍ଷକ ଏବଂ ଗଣ ଶିକ୍ଷକ ଉଭୟ ଙ୍କୁ ଅନ୍ୟତ୍ର ଡେପୁଟେସନ କରିଯିବ. ହେଲେ ବିଇଓ ଙ୍କ ନିୟନ୍ତ୍ରଣରେ ଗଣ ଶିକ୍ଷକ ଙ୍କୁ ୫ ଫେବୃୟାରୀ ରେ ଚିଠି ନଂ ୨୬୮ ପ୍ରକାରେ କବିସୂର୍ଯ୍ୟନଗର ବିଇଓ, ଚନ୍ଦ୍ର ଶେଖର ହାଇସ୍କୁଲ କୁ ବଦଳି କଲେ।ବଦଳି କରାଯିବା ପରେ ଡିଇଓ ଙ୍କ ନିୟନ୍ତ୍ରଣ ରେ ଥିବା ପ୍ରଧାନ ଶିକ୍ଷକ ଙ୍କୁ ଆଉ ଡିଇଓ ବଦଳି କଲେ ନାହିଁ। କାହା ଚାପରେ ଡିଇଓ ଏଭଳି ଆକ୍ରୋଶ ମୂଳକ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି ତାହାକୁ ନେଇ ରାଜନୀତି ଆରମ୍ଭ ହେଲାଣି.. ଯାହା ସୂଚନା ରହିଛି ଗଞ୍ଜାମ ଡିଇଓ ଙ୍କ ଅଧୀନରେ ଥିବା ଦଧିବାମନ ହାଇସ୍କୁଲ ରେ ବହୁ ଅନିୟମିତତା ଲାଗିରହିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନନେଇ ଜଣେ ଗଣ ଶିକ୍ଷକ ପ୍ରତି ଏଭଳି ଆକ୍ରୋଶ ହେବା କଣ କାରଣ ବୋଲି ପ୍ରଶ୍ନ ଉଠୁଥିବା ବେଳେ.. ଗଣ ଶିକ୍ଷକ ଙ୍କ ବଦଳି କୁ ନେଇ ବିଦ୍ୟାଳୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା,ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଘଟଣା କୁ ଚପାଇଦେବା, ଗତ16 ଜାନୁୟାରୀ ରେ ବିଦ୍ୟାଳୟ ସଭାପତି ଇସ୍ତଫା ଦେବା ପରେ ପୁଣି ବେଆଇନ ଭାବେ ସଭାପତିଙ୍କୁ ରଖିବା, ଲକ୍ଷ ଲକ୍ଷ ଟଙ୍କା ର ସରକାରୀ ଅନୁଦାନ ବ୍ୟୟ ବହୁଳ ଖର୍ଚ୍ଚ ର ତଦନ୍ତ ନକରିବା ଭଳି ବହୁ ଅଭିଯୋଗ କୁ ଗଞ୍ଜାମ ଡିଇଓ ଙ୍କ ନୀରବତା ଏଵେ ପ୍ରଶ୍ନ ଉଠୁଥିବା ବେଳେ ବିଦ୍ୟାଳୟ କୁ ଜିଲ୍ଲା କାର୍ଯ୍ୟାଳୟ ଯାଏଁ ଲମ୍ବିଛି ଦୁର୍ନୀତିର ଚେର ବୋଲି ଆଲୋଚନା ହେଉଛି। ଜିଲ୍ଲା ଶିକ୍ଷାଧିକାରୀ ଦାୟିତ୍ୱ ନେବା ପରେ କେଉଁ କେଉଁ ଦିନ ଦଧିବାମନ ହାଇସ୍କୁଲ କୁ ପରିଦର୍ଶନ ରେ ଆସିଛନ୍ତି | କଣ ତଦନ୍ତ କରିଛନ୍ତି ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ୧୪ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସେହି ବିଦ୍ୟାଳୟ ରେ ଥିବା ପ୍ରଧାନ ଶିକ୍ଷକ ଓ ଜଣେ ସରକାରୀ କର୍ମଚାରୀ ବିଦ୍ୟାଳୟ ର ସଭାପତି ରହିବା ଭଳି ବେନିୟମ କାମ ପ୍ରତି କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ତାହାର ତଦନ୍ତ ପାଇଁ ଶିକ୍ଷା ନିର୍ଦେଶଳୟ, ଗଣ ଶିକ୍ଷା କମିଶନର ଙ୍କୁ ଅଭିଯୋଗ କରାଯଇଥିବା ଶୁଣାଯାଉଛି | ଏପଟେ ସରକାରୀ ଅଧିକାରୀ ହୋଇ ବିନା ଚିଠି ରେ ତଳିଆ ଅଧିକାରୀ ଙ୍କୁ ମୌଖିକ ଆଦେଶ ଏବଂ ଅଲିଖିତ ନିର୍ଦେଶ ଦେଇ ଶିକ୍ଷା ବିଭାଗ କୁ ବିଶୃଙ୍ଖଳା କରିବା ଘଟଣା କୁ ନେଇ ସମଗ୍ର ଅଂଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ଗଣ ଶିକ୍ଷାମନ୍ତ୍ରୀ, କମିଶନର କଣ ନେଉଛନ୍ତି ପଦକ୍ଷେପ ତାହା ଦେଖିବାକୁ ରହିଲା | ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କର ରିପୋଟ ଉତ୍କଳ ନ୍ୟୁଜ |