କଟକ ( ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୬ : ରିଖ ରଘୁନାଥ ଦାସ (ଜଟାୟୁ) ପ୍ରଗତିବାଦୀ ଚେତନାର ଜଣେ ପ୍ରଭାବଶାଳୀ କବି।ଜନ ଚେତନା ଜାଗ୍ରତ କରିବା ସହିତ ଏକ ସୁନ୍ଦର ଓ ସମୃଦ୍ଧ ସମାଜ ଗଢ଼ି ତୋଳିବା ଦିଗରେ ତାଙ୍କ ରଚନାବଳୀ ବେଶ୍ ଖୋରାକ ଯୋଗାଏ। ତାଙ୍କ ପରି କବି ଆଜିର ସାହିତ୍ୟ ଜଗତରେ ବିରଳ ବୋଲି ଶୁକ୍ରବାର ସଂଧ୍ୟାରେ ବାଣୀ ପୀଠ ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ବିଶିଷ୍ଟ ପ୍ରଗତିବାଦୀ କବି ରଘୁନାଥ ଦାସ (ଜଟାୟୁ)ଙ୍କ ସ୍ମୃତି ସଭାରେ ମଞ୍ଚାସିନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଭାଷାବିତ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି ଓ ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ଅଶ୍ୱିନୀ କୁମାର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଜଟାୟୁଙ୍କ ଜୀବନ ଓ ପ୍ରତିଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରସନ୍ନ କୁମାର ପଣ୍ଡା,ପ୍ରଗତି ବାରିକ ଓ ଲୋଚନ ସାଇନାଥ ସାହୁଙ୍କୁ ଏବଂ ବିଦ୍ୟାଳୟ ସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସାଇଲକ୍ଷ୍ମୀ ଦୋରା, ଦିବ୍ୟରଞ୍ଜନ ସାହୁ ଓ ସଞ୍ଜୀବ ବାରିକଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ମଞ୍ଚ ଆମନ୍ତ୍ରଣ ଓ ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି,କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ଦକ୍ଟର ବୈଜୟନ୍ତୀ ମାଳା ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଜଟାୟୁଙ୍କ ଜାମାତା ଡ଼କ୍ଟର ଅଜୟ କୁମାର ପଟ୍ଟନାୟକ ଓ କନ୍ୟା ଡ଼କ୍ଟର ମମତା ଦାସ ଉପସ୍ଥିତ ଥିଲେ।