ମା ସରସ୍ୱତୀ ପୂଜା ଓ ସାଂସ୍କୃତିକ କମିଟି ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ |

128

କଟକ (ଉତ୍କଳ ନ୍ୟୁଜ ) ୨୭-୦୧-୨୦୨୬ : ଜଗତସିଂହପୁର ଜିଲ୍ଲା ତ୍ରିର୍ତ୍ତୋଲ ବ୍ଳକ ଉକୁସାହି ଗ୍ରାମ ମା ସରସ୍ଵତୀ ପୂଜା ଓ ସାଂସ୍କୃତିକ କମିଟି ଆନୁକୁଲ୍ୟରେ ଗ୍ରାମର ଗ୍ରାମଦେବତୀ ସାହାଡ଼ା ସୁନ୍ଦରୀଙ୍କ ପ୍ରାଙ୍ଗଣରେ ୪ ଦିନ ଧରି ବହୁ ଆଡମ୍ବର ସହକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଏହି ଅନୁଷ୍ଠାନ ଦୀର୍ଘ ୫୫ ବର୍ଷ ଧରି ମାଙ୍କ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଅଛି।ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗ୍ରାମର ଯୁବ ଓ ବରିଷ୍ଠ କଳାକାର ମାନଙ୍କ ଦ୍ଵାରା ନାଟ୍ୟକାର ଦୀପକ ଜେନାଙ୍କ ରଚିତ "କିଏ ପୋଛିଦେବ ଆଖିର ଲୁହ" ଓ ଅଜୟ ସାହୁଙ୍କ ରଚିତ "କହିବାକୁ ଲାଜ ଶୁଣିଲେ ପାପ ଭଳି" ଏହି ଦୁଇଟି ନାଟକ ଗୁରୁ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା।ଏହି ଦୁଇଟି ନାଟକ କଳାକାର ମାନଙ୍କ ଦ୍ଵାରା ବହୁତ୍ ଉଚ୍ଚକୋଟୀର ପ୍ରଦର୍ଶିତ ହୋଇଥିଲା।

ଏହି ଅବସରରେ ଅନୁଷ୍ଠାନ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଓ ନୀର୍ଲୋଭ ସହଯୋଗ କରି ଆସୁଥିବା ବରେଣ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ କମିଟିର ଉପଦେଷ୍ଟା ନୃସିଂହ ଚରଣ ସ୍ବାଇଁ ଦ୍ଵାରା ପରିଚାଳିତ କର୍ଯ୍ୟକ୍ରମରେ ସଭାପତି ଦିଲ୍ଲୀପ କୁମାର ସ୍ବାଇଁ, ସମ୍ପାଦକ ପବିତ୍ର କୁମାର ସ୍ବାଇଁ,ପରିଚାଳକ ନିରଞ୍ଜନ ସ୍ବାଇଁ, ସମାଜସେବୀ, ବରିଷ୍ଠ ସାମ୍ବାଦିକ ଉମାକାନ୍ତ ଜେନା ଓ ସମାଜସେବୀ ତଥା ଯୁବନେତା ବିଜୟ କୁମାର ବସନ୍ତିଆଙ୍କ ଦ୍ଵାରା କିଛି କଳାକାର ଓ ଅଞ୍ଚଳର ବେକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କମିଟିର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଶିବ ପ୍ରସାଦ ମୁଦୁଲି, ମନୋରଞ୍ଜନ ସ୍ବାଇଁ ଉପସ୍ଥିତ ଥିଲେ।