କେନ୍ଦୁଝରରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର , ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ |

37

କଟକ (ଉତ୍କଳ ନ୍ୟୁଜ ) ୧୩-୦୧-୨୦୨୬ : ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ । ୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ। ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ୭୧ଟି ପ୍ରକଳ୍ପର ଶୁଭଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସୂଚନାଯୋଗ୍ୟଯେ, ଆଜି ସମୁଦାୟ୧୭୦୮ କୋଟି ଟଙ୍କା ମୂଲ୍ୟର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ କରାଗଲା ଏବଂ ପ୍ରାୟ ୧୯୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରାଗଲା । ଏଥିରେ କେନ୍ଦୁଝରର ସ୍କୁଲ, ହଷ୍ଟେଲ, ଇରିଗେସନ, ପାର୍କିଂ ଜୋନ, ରାସ୍ତା ନିର୍ମାଣ, ପୋଖରୀ ଉନ୍ନତିକରଣ, ପର୍ଯ୍ୟଟନ ପ୍ରକଳ୍ପ, ଲାଇବ୍ରେରୀ, କ୍ୟାରିଅର କାଉନ୍ସେଲିଂ ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ବିଲ୍ଡିଂ ଇତ୍ୟାଦି ରହିଛି । ପୂର୍ବରୁ ଘୋଷଣା ଅନୁଯାୟୀ କେନ୍ଦୁଝରରେ Regional Plant Resource Centre ପାଇଁ ୫୦ କୋଟି ଟଙ୍କା ବିନିଯୋଗରେ ଶିଳାନ୍ୟାସ କରାଗଲା ଏବଂ ୩୮ କୋଟି ୨୨ ଲକ୍ଷ ଟଙ୍କାରେ ୧୪୭ଟି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଗଲା । ୧୦୧ କୋଟି ଟଙ୍କା ବିନିଯୋଗରେ ୬ଟି ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଗଲା ।କେନ୍ଦୁଝରର ବିଭିନ୍ନ ସ୍ଥାନରେ ୨୧.୫୦ କୋଟି ଟଙ୍କା ବିନିଯୋଗରେ ୧୦୪ଟି ACR, ICT Lab ଓ Boundary Wall ର ଉଦ୍‌ଘାଟନ କରାଯାଇଛି । ଏଥିସହିତ ୧୪ କୋଟି ଟଙ୍କା ବିନିଯୋଗରେ ଚମ୍ପୁଆରେ ନିକଲସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସେହିପରି ୯.୬୦ କୋଟି ଟଙ୍କାରେ ଖଣି କ୍ଷେତ୍ରରେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ, ଆମ ସରକାର ରାଜ୍ୟର ସନ୍ତୁଳିତ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ୨୦୦୦ ମସିହା ପରେ ମୁଁ ଅନେକ ବାର ବିଧାନସଭା ଭିତରେ ଏବଂ ବାହାରେ ଏହି ଆଞ୍ଚଳିକ ବୈଷମ୍ୟତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲି। କାରଣ ମୋ ନିଜ ଜିଲ୍ଲା ଏହି ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିଲା। ଆମ ସରକାର ଆସିବା ମାତ୍ରେ ଲୋକଙ୍କ ଏହି ଅଭିଯୋଗକୁ ସମାଧାନ କରିବା ପାଇଁ ଆମ ସରକାର ତୁରନ୍ତ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ। ରିପୋର୍ଟ ଆସିଲା ପରେ ଏହି ଦୁଇ ବିକାଶ ପରିଷଦ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି ଯାହାର ମୂଳଦୁଆ ହେବ ରାଜ୍ୟର ତିରିଶ ଗୋଟି ଜିଲ୍ଲା। ଗୋଟିଏ ବି ଜିଲ୍ଲା ଦୁର୍ବଳ ହେଲେ ବିକଶିତ ଓଡିଶାର ସ୍ଵପ୍ନା ଅଧାରେ ରହିଯିବ। ତେଣୁ, ଓଡିଶାର ପ୍ରତ୍ୟେକ ଅଞ୍ଚଳ ହେବ ବିକଶିତ। ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ହେବ ଶିଳ୍ପାୟନ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ପରିକଳ୍ପିତ ବିକଶିତ ଭରତ ଗଠନ କରିବା ପାଇଁ ଓଡିଶାର ପ୍ରତ୍ୟେକ ନାଗରିକଙ୍କ ବିକାଶ ହେବା ଅତ୍ୟନ୍ତ ଜରୁରୀ। ଏହାକୁ ଦ୍ରୁଷ୍ଟିରେ ରଖି ଆମ ସରକାର ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟରତ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ Birds of Keonjhar ନାମକ ଏକ କଫି ଟେବୁଲ ବୁକ ଉନ୍ମୋଚନ କରିବା ସହିତ, ବିଭିନ୍ନ SHG ଗ୍ରୁପର ମହିଳା ହିତାଧିକାରୀଙ୍କୁ ସହାୟତା ରାଶି ଚେକ ବଣ୍ଟନ କରିଥିଲେ।