ତିହିଡି଼, ୧୩.୦୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ପୀରହାଟ ବାରବାଟିଆସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ସିଆରସିସି ମାନସ କୁମାର ରାଉତ ଏହାର ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ୬ଷ୍ଠ ରୁ ୯ମ ଶ୍ରେଣୀର ୫୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଶିକ୍ଷାକେନ୍ଦ୍ର ଠାରୁ ପୀରହାଟ ନୂଆବଜାର ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ବିରାଟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ୬୨ ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ପୃଥକ ଭାବେ ୧୫ଟି ଖାଦ୍ୟ ଷ୍ଟଲକୁ ନେଇ ଏକ ଫୁଡ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ସୁଷମ ଖାଦ୍ୟ, ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟର ପୌଷ୍ଟିକ ତତ୍ତ୍ୱ ବିଷୟରେ ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ଫାନ୍ସି ଡ୍ରେସ୍, ରାଇମ୍ସ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେହିପରି ସତ୍ୟ, ଧର୍ମ, ସେବା, କର୍ମ ନାମକ ସ୍କୁଲର ଚାରୋଟି ହାଉସର ପିଲାମାନଙ୍କ ମଧ୍ୟରେ ଏକ ଇଣ୍ଟରହାଉସ କୁଇଜ୍ ଏବଂ ମହିଳା ଅଭିଭାବକଙ୍କ ମଧ୍ୟରେ ରଙ୍ଗୋଲୀ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତାର ବିଚାରକ ଭାବରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଧାକାନ୍ତ ମଲ୍ଲିକ, ସୁଦ୍ଧାପ୍ତ ଶୁଭପ୍ରକାଶ ସାମଲ, ଶୁଭେନ୍ଦୁ ସାହୁ ଏବଂ ପିଲାମାନଙ୍କ ନାଚଗୀତ ପ୍ରତିଯୋଗୀତାରେ ନୀଳିମା ରାୟ, ନିବେଦିତା ତରାଇ ପ୍ରମୁଖ ବିଚାରକ ଭାବରେ ଯୋଗ ଦେଇଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସିଆରସିସି ଶ୍ରୀ ରାଉତ, ପୀରହାଟ ଥାନା ଏଏସଆଇ ମାନସ ରଞ୍ଜନ ଟୁଡୁ, ଶିକ୍ଷାକେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ବିଜୟ କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିଜୟ ରାଉତ, ଲକ୍ଷ୍ମୀପ୍ରିୟା ଯତି, ଆଇନଜୀବୀ ସଞ୍ଜୟ ମହାନ୍ତି ଓ ନରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଦୀପ ମହାନ୍ତି, ଗାୟାଧର ନାୟକ, ନକୁଳ ମହାଳିକ, ବିକାଶ ବେହେରା, ଶରତ ଦାସ, ଦେବବ୍ରତ ନାୟକ, ଏବଂ ବିଜ୍ଞାନ ଶିକ୍ଷକ ସବିତା ଲତା ଦାଶ, ସୁକାନ୍ତ ନାୟକ, ଅଜୟ ବେହେରା, ବିଜୟ ସିଂହ, ଇତିଶ୍ରୀ ରାଉତ, ଅଙ୍କିତା ଦାସ, ଅର୍ଚ୍ଚନା ବେହେରା ପ୍ରମୁଖଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଏହି ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିଶୁ ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଯୋଗ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।