କଟକ (ଉତ୍କଳ ନ୍ୟୁଜ ) ୬-୦୧-୨୦୨୬ : ଚୌଦ୍ବାର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ତରଫ ରୁ ଆସନ୍ତା ଜାନୁଆରୀ ୧୨ ତାରିଖ ଜାତୀୟ ଯୁବ ଦିବସ ଓ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ୧୩ ତମ ବିଶାଳ ଚୌଦ୍ବାର ଗଣଦୌଡ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ଟି ଏମ କଲୋନୀ ସ୍ଥିତ ମା ବିରଜା ମନ୍ଦିର ଅଫିସ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି,୧୨ ତାରିଖ ସକାଳ ୭ ଟା ସମୟ ରେ ଓ ଟି ଏମ କଲୋନୀ ସ୍ଥିତ ଗୋପବନ୍ଧୁ ଖେଳ ପଡିଆ ଠାରୁ ଏହି ଗଣଦୌଡ ଆରମ୍ଭ ହୋଇ ଓ ଟି ଏମ ଛକ , ଗାନ୍ଧୀ ଛକ,ଚୌଦ୍ବାର ପୋଲିସ ଷ୍ଟେସନ,କଳିଙ୍ଗ ଛକ, ଚାରବାଟିଆ ବଜାର,ମାଧବ ମନ୍ଦିର ଆଗ୍ରାହାଟ , ଉତରେଶ୍ୱର ମନ୍ଦିର, ନୂଆ ଗାଁ, ବାଟ ବୁଢ଼ୀ ମନ୍ଦିର, ଜକୋବିନ କ୍ଲବ, ଦେଇ ପ୍ରାୟ ୧୧ କିଲୋମିଟର ଅତିକ୍ରମ କରି ପୁଣି ସେହି ଗୋପବନ୍ଧୁ ଖେଳ ପଡିଆ ଠାରେ ଶେଷ ହେବ ବୋଲି ଅନୁଷ୍ଠାନ ର ସମ୍ପାଦକ ଅଶ୍ଵିନୀ କୁମାର୍ ଜେନା ପ୍ରକାଶ କରିଛନ୍ତି,ଗଣଦୌଡ କାର୍ଯ୍ୟକ୍ରମ ପରେ ଦିନ ତମାମ ଟାଙ୍ଗୀ ଚୌଦ୍ବାର ଅଂଚଳ ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ତର୍କ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ପାରମ୍ପରିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ,ଯେଉଁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବା ପାଇଁ ଇଚ୍ଛୁକ ସେମାନେ ୯୯୩୮୦୦୦୯୯୯ ନମ୍ୱର ରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ତରଫ ରୁ ନିବେଦନ କରାଯାଇଛି,ଆଜି ଏହି ବୈଠକ ଟି ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ ଙ୍କ ତତ୍ତ୍ଵାବଧାନରେ ହୋଇଥିଲା ବେଳେ ଏଥିରେ କୋଷାଧ୍ୟକ୍ଷ ମାନସ କୁମାର୍ ପରିଡ଼ା, ସୁରେଶ କୁମାର ରାଉତରାୟ,ଅମୂଲ୍ୟ ରଞ୍ଜନ ରାଉତରାୟ,ଭାସ୍କର ପ୍ରସାଦ ମହାପାତ୍ର,ଟୁକୁ ପ୍ରଧାନ, ରାଜକିଶୋର ସାମନ୍ତ, କାହ୍ନୁ ଚରଣ ଜେନା,ରାକେଶ କୁମାର ପଣ୍ଡା, ମୁର୍ତୁଞ୍ଜୟ ମହାରଣା,ଦୀପକ କୁମାର ବାରିକ, ବାଦଲ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ |