ଟାଟା ପାୱାର ର ମନମୁଖୀ କାର୍ଯ୍ୟ କୁ ନେଇ କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ବିକ୍ଷୋଭ |

23

କଟକ ( ଉତ୍କଳ ନ୍ୟୁଜ ) ୨୯-୧୨-୨୦୨୫ : କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସୋମବାର ଟାଟା ପାୱାର ର ମନମୁଖୀ କାର୍ଯ୍ୟ କୁ ନେଇ ବିକ୍ଷୋଭ ଓ ଘେରାଉ କାର୍ଯ୍ୟକ୍ରମ ହୋଇଯାଇଛି | ପିସିସି ସଭାପତି ଭକ୍ତ ଦାସ ଙ୍କ ନିର୍ଦେଶ କ୍ରମେ ବିଦ୍ୟୁତ ବିଭାଗ ର ଗ୍ରାହକ ଶୋଷଣ ବନ୍ଦ କରିବା , ଅତିରିକ୍ତ ସୁରକ୍ଷା ଜମା ରାଶି ନ ଦେବା , ସ୍ମାର୍ଟ ମିଟର କୁ ବିରୋଧ କରିବା ଭଳି ୮ ଗୋଟି ଦାବି ନେଇ ଜିଲ୍ଲା ମୁଖ୍ୟାଳୟ ର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ବାଦାମବାଡ଼ି , କଟକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ ଙ୍କ ନେତୃତ୍ୱ ରେ ପୂର୍ବତନ ବିଧାୟକ ରବି ମଲ୍ଲିକ , ଟାଙ୍ଗି ସାଲେପୁର କଂଗ୍ରେସ ସଂଗଠକ ହରିବନ୍ଧୁ ଶତପଥୀ , କଟକ ଜିଲ୍ଲା ମୁଖପାତ୍ର ମାନସ କୁମାର ପରିଡା ଙ୍କ ସହ ଶତାଧିକ ନେତୃମଣ୍ଡଳୀ ଉପସ୍ଥିତ ରହି ୮ ଗୋଟି ପ୍ରସ୍ତାବିତ ଦାବିପତ୍ର ଯଥା ୧ . ମିଟର ରିଡିଂ ବିଳମ୍ୱ କରି ଉପୋଭୋକ୍ତା ଙ୍କୁ ଶୋଷଣ ବନ୍ଦ କରାଯାଉ | ୨ . କିଲୋୱାଟ ଚେକିଂ ଆଳ ରେ ଫାଇନ ନ କରାଯାଉ | ୩ . ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯାଉ ନଚେତ ଓଇଆରସି (OERC ) ନିୟମ ଅନୁଯାୟୀ ବିଦ୍ୟୁତ ବିତରଣ କମ୍ପାନୀ ଉପଭୋକ୍ତା ଙ୍କୁ କ୍ଷତିପୂରଣ ଦେବା , ୪ . ବିଦ୍ୟୁତ ବଳକା ରାଜ୍ୟ ରେ ଓଡିଶା ରେ ବିଦ୍ୟୁତ ଦର କାହିଁକି ? ବିଦ୍ୟୁତ ଦର ହ୍ରାସ କରିବା , ୫ . ବିତରଣ କମ୍ପାନୀ ସର୍ବନିମ୍ନ ସୁବିଧା ଟିଏ ଯୋଗାଇଦେବାକୁ ଉପଭୋକ୍ତା ଙ୍କ ଠାରୁ ୯୭୨ ଟଙ୍କା ନେଉଛନ୍ତି | ଏହି ରାଶି ର ପରିମାଣ ହ୍ରାସ କରାଯାଉ , ୬ . ଓଡିଶା ରେ ବିଦ୍ୟୁତ ଉତ୍ପାଦନ ସମସ୍ତ ସାଧନା ଯଥା , ଜଳ ବିଦ୍ୟୁତ ଶକ୍ତି , ତାପଜ ଶକ୍ତି, ସୌର ଶକ୍ତି , ପବନ ଶକ୍ତି ଇତ୍ୟାଦି ସାଧନା ଥାଇ ମଧ୍ୟ ବିଦ୍ୟୁତ ଦର ଏତେ ବୃଦ୍ଧି କାହିଁକି କରାଯାଇଛି ? ଏହା ହ୍ରାସ କରାଯାଉ , ୭ . ସ୍ମାର୍ଟ ମିଟର ପ୍ରଚଳନ କୁ ଘରୋଇ କ୍ଷେତ୍ର ରେ ପ୍ରତ୍ୟାହାର କରାଯାଉ , ୮ . ଅତିରିକ୍ତ ସୁରକ୍ଷା ଜମା ନିଷ୍ପତ୍ତି କୁ ପ୍ରତ୍ୟାହାର କରାଯାଉ ଇତ୍ୟାଦି ଦାବି ସମ୍ବଳିତ ଦାବିପତ୍ର ବିଦ୍ୟୁତ ବିଭାଗ କଟକ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ |

ଏହି ଦାବି ପୁରାଣ ନ ହେଲେ କଂଗ୍ରେସ ରାଜରାସ୍ତା କୁ ଆସିବ ବୋଲି କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ଦାସ | ଏହି କାର୍ଯ୍ୟକ୍ରମ ରେ ପ୍ରତାପ ମଲ୍ଲିକ , ପ୍ରଶାନ୍ତ କୁମାର ବେହେରା , ରାମ ଚନ୍ଦ୍ର ଗୋଛାୟତ , ମାନସ କୁମାର ପରିଡା , ସୁଦର୍ଶନ ସାହୁ , ବିଶ୍ୱରଂଜନ ଜେଠି , ନୀଳମଣି ବୋଷ , ନଳିନୀ ପ୍ରଭା , ଦିଲ୍ଲୀପ କୁମାର ବାରିକ , ମମତା ସିଂ , ନିହାର ରଞ୍ଜନ ନନ୍ଦ , ଦିବ୍ୟ ରଞ୍ଜନ ପ୍ରଧାନ , ରମେଶ ବେହେରା , ନିର୍ମଳ କୁମାର ସ୍ୱାଇଁ , ସୌମ୍ୟ ରଂଞ୍ଜନ ସେଠି , ରୁଷି କାଣ୍ଡି , ଜୟ ନାରାୟଣ , ପ୍ରମୁଖ ଙ୍କ ସହ ବହୁ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ |