କଟକ (ଉତ୍କଳ ନ୍ୟୁଜ ) ୩୧ -୦୧-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭଦ୍ରକ ଜିଲା ତିହିଡ଼ି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ମହୋତ୍ସବ କମିଟିର ସଭାପତି ଶିକ୍ଷାବିତ ସୋମନାଥ ପାଢ଼ୀଙ୍କ ସଭାପତିତ୍ୱ ଓ ସମାଜସେବୀ ବିଶ୍ୱଜିତ୍ ବେହେରାଙ୍କ ସଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ମହିଳା କମିଶନ ଅ୍ମକ୍ଷା ନମ୍ରତା ଚଢ଼ା ଯୋଗ ଦେଇ ୫ଟି ଏମ୍ର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିବା ବେଳେ ପିଲାମାନଙ୍କ ଠାରୁ ମୋବାଇଲକୁ ନିୟନ୍ତ୍ରଣ ରଖିବା ମା ମାନଙ୍କର ଗୁରୁ ଦାୟିତ୍ୱ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ ଅନୀଲ ଧୀର, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ବୀରେନ୍ଦ୍ର ପଣ୍ଡା ଯୋଗ ଦେଇ ସମାଜର ପରିବର୍ତ୍ତନ ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ଯୁବ ଗାଳ୍ପିକ ମନୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ସମାଜସେବୀ ଧୀରେନ୍ଦ୍ର ସାହୁ, ଗିରିଜାରମଣ ଜେନା, ଅମର ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ମୃତ୍ୟୁଞ୍ଜୟ ଦାସ, ସଂଜୟ କୁମାର ଦାସ, ଦୟାନିଧି ସାହୁ, ବିସ୍ମୟ ବିହାରୀ ସାହୁ, ଜୟକୃଷ୍ଣ ସେଠୀ, ପ୍ରଶାନ୍ତ ବଳ ପ୍ରମୁଖଙ୍କ ସମେତ ମହୋତ୍ସବ କମିଟି, ଶ୍ୟାମାକ୍ଳବ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସଦସ୍ୟମାନେ ଉଦ୍ଘାଟନ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |