କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୫ : ଜାତୀୟ ପରାକ୍ରମ ଦିବସ ତଥା ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଟାଉନ ହଲରେ ଏକ ବିଶାଳ “ବନ୍ଧୁ ମିଳନ-୨୦୨୫” ଅନୁଷ୍ଠିତ ହୋଇଯାଇଛି । ସଂଘର ମୁଖ୍ୟ ଉପଦେଷ୍ଟା ମୁରଲୀଧର ଦାସଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା । ସଂଘର ମୁଖପାତ୍ର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଂଚାଳନା କରିଥିଲେ । ସଂଘର ସଭାପତି ପରମେଶ୍ୱର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ପ୍ରଭାସ କୁମାର ପଣ୍ଡା ସଂଘର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଦେବାନନ୍ଦ ବିଶ୍ୱାଳ, ଶରତ ଜେନା, ଅଜୟ ନାୟକ, ଆଶିଶ ସାହୁ, ଆନନ୍ଦ ଦାସ, ବିଶ୍ୱନାଥ ଦାସ, ଦାମୋଦର ମଳିକ ଓ ସୁଧିର ପାଢୀ ପ୍ରମୁଖ ନୂତନ ଭାବରେ ପ୍ରଚଳିତ ଜାତୀୟ ଶିକ୍ଷାନୀତି-୨-୨୦ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବ୍ଲକରେ ନବନିଯୁକ୍ତ ୩୨ ଜଣ ସ୍ମିମାଟିକ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ, ନୂତନ ଭାବରେ ଏଲିମେଣ୍ଟାରୀ କ୍ୟାଡରଭୁକ୍ତ ହୋଇଥିବା ୧୮ ଜଣ, ଗଣଶିକ୍ଷକରୁ କ୍ୟାଡରଭୁକ୍ତ ହୋଇଥିବା ୧୦ ଜଣ ଏବଂ ଭିନ୍ନ ବ୍ଲକ ଓ ଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସଂଘ ପକ୍ଷରୁ ଚନ୍ଦ୍ରଶେଖର ମୁଦୁଲୀ, ନବୀନ ଭୋଇ, ସଞ୍ଜିବ ମହାନ୍ତି, ଆଲୋକ ମଳିକ, ଚନ୍ଦନ ବେହେରା, ଚନ୍ଦନ ମଳିକ, ଅନୁରାଗ ବେହେରା, ପ୍ରଶାନ୍ତ ଯେନା, ରତ୍ନାକର ବାରିକ, ଦିଲ୍ଲୀପ ମହାନ୍ତି, ବିଜୟ ତ୍ରିପାଠୀ, ପଦ୍ମିନୀ ରାଉତ, ଗୋଲାପି ମଲ୍ଲିକ, ଗୀତାରାଣୀ ଦାସ, ଉଷା ମିଶ୍ର, ବିଳାସଲକ୍ଷ୍ମୀ ରାଉତରାୟ, କନକ ମଞ୍ଜରୀ ବିଶ୍ୱାଳ, ଅନନ୍ତ ବାରିକ, ରବି ଯେନା, ସବିତା ମଳିକ, ହୃଷିକେଶ ମିଶ୍ର, ଜଗବନ୍ଧୁ ଯେନା ପ୍ରମୁଖଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉପହାର ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସଭାପତି ଅରବିନ୍ଦ ଦୀକ୍ଷିତ, ସମ୍ପାଦକ ପ୍ରଣୟ କୁମାର ମହାପାତ୍ର, ଚାନ୍ଦବାଲି ବ୍ଲକର ଶିକ୍ଷକ ନେତା ପ୍ରକାଶ ଚନ୍ଦ୍ର ନାୟକ, ଧାମନଗର ବ୍ଲକର ଶିକ୍ଷକ ନେତା ରୂପକ ମିଶ୍ର ଓ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ଭୁୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସଂଘ ପାଇଁ ଅଧିକ ଶ୍ରମ ଓ ସମୟ ଦେବାକୁ ଅଜୟ କୁମାର ନାୟକ ଆହ୍ୱାନ ଦେଇଥିଲେ । ଶେଷରେ ରାମପ୍ରସାଦ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ||