ମାର୍ଚ୍ଚ ୨୬ ରୁ କଟକରେ ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତା, ଭାଗ ନେବେ ୩୦୦ ପ୍ରତିଯୋଗୀ |

31

କଟକ ( ଉତ୍କଳ ନ୍ୟୁଜ ) ୨୩-୦୨-୨୦୨୬ : ଆଇ.ଏସ୍. ଚେସ ସେଣ୍ଟର ଏବଂ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍‌ର ମିଳିତ ଅନୁକୂଲ୍ୟରେ ମାର୍ଚ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ଇନ୍‌ଡ଼ୋର ଷ୍ଟାଡିୟମ୍‌ଠାରେ ଆନ୍ତର୍ଜାତୀୟ ଫିଡ଼େ ରେଟିଂ(ଓପନ୍)ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।ପାଞ୍ଚଦିନ ବ୍ୟାପି ହେବାକୁ ଥିବା ଏହି ଟୁର୍ଣାମେଣ୍ଟ ୯ ରାଉଣ୍ଡ ବିଶିଷ୍ଟ ହେବ।ଏଥିରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ସହ ୫୩ ଗୋଟି ଆକଷଣୀୟ ଟ୍ରଫି ପ୍ରଦାନ କରାଯିବ।ଏହି ଟୁର୍ଣ୍ଣାମେଣ୍ଟରେ ୭,୯, ୧୧,୧୩,୧୫ ବୟସ ବର୍ଗରେ ୫ ଜଣ ଲେଖାଏଁ ଉଭୟ ବାଳକ ଓ ବାଳିକାଙ୍କୁ ଟ୍ରଫି ପ୍ରଦାନ କରାଯିବ।ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଅନ୍‌ରେଟେଡ୍ ଖେଳାଳୀମାନେ ନୂଆକରି ରେଟିଂ ପ୍ରାପ୍ତ କରିବା ସହ ରେଟେଡ୍ ଖେଳାଳିମାନେ ନିଜର ଆନ୍ତର୍ଜାତୀୟ ରେଟିଂ ବଢ଼ାଇବାର ମଧ୍ୟ ସୁଯୋଗ ରହିଛି ବୋଲି ଆଇ.ଏସ୍. ଚେସ୍ ସେଣ୍ଟର୍‌ର ସମ୍ପାଦକ ମାନସ ପାଣି ସୂଚନା ଦେଇଛନ୍ତି।ଚେସ୍ ଖେଳକୁ ରାଜ୍ୟରେ ଅଧିକ ଲୋକପ୍ରିୟ କରିବାରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ସମସ୍ତ ସହଯୋଗ କରିବ ବୋଲି ରାଜ୍ୟ ସମ୍ପାଦକ ଇଂ. ଦେବବ୍ରର ଭଟ୍ଟ ପ୍ରକାଶ କରିଥିଲେ।କଟକରେ ଏଭଳି ଏକ ଅନ୍ତର୍ଜାତୀୟ ରେଟିଂ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ ହେଉଥିବାରୁ ବିଶେଷ କରି ଟୁଇନ ସିଟିର ଖେଳାଳୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଆନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ମୁଖ୍ୟ ଆର୍ବିଟର ଭାବେ ମ୍ୟାଚ୍ ପରିଚାଳନା କରିବେ। ନାମ ପଞ୍ଜୀକରଣ ପାଇଁ ଯୋଗାଯୋଗ କରି ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିବାକୁ ଆୟୋଜକ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ଚେସ୍ ସଂଘର ପୂର୍ବତନ ସଭାପତି ଅସିତ ମୁଖାର୍ଜୀ,ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ଵାଳ, ଧନଞ୍ଜୟ ସାବତ, ମନୋଜ ପତି,ଅମିୟ ରଞ୍ଜନ ରାଉତରାୟ, ସୂର୍ଯ୍ୟକାନ୍ତ ବିଶୋଇ, ଶଙ୍କର ରାଓ,ସଞ୍ଜୟ ଜେନା,ହିମାଂଶୁ ଷଡ଼ଙ୍ଗୀ, ମାନସ ମହାତି ଓ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।