ଅସିମା ପଣ୍ଡାଙ୍କ ସଙ୍ଗୀତର ଯାଦୁରେ ଜଗମଗ ହେଲା ମହୋତ୍ସବର ଉଦଯାପନୀ ସନ୍ଧ୍ୟା |

30

କଟକ ( ଉତ୍କଳ ନ୍ୟୁଜ ) ୧୭-୦୨-୨୦୨୬ : ପାରମ୍ପରିକ କଳା, ସାହିତ୍ୟ ଓ ସଙ୍ଗୀତର ସମନ୍ୱୟରେ "ତିହିଡ଼ି ମହୋତ୍ସବ’ର ଉଦ୍‌ଯାପନୀ ସନ୍ଧ୍ୟା ଆନନ୍ଦୋତ୍ସବର ସହିତ ସମାପ୍ତ ହୋଇଛି । ତିହିଡି ଶ୍ୟାମାକ୍ଲବ ଓ ମହୋତ୍ସବ କମିଟିର ପ୍ରାକ୍ତନ ସଦସ୍ୟ ସ୍ୱର୍ଗତ ପ୍ରଦୀପ ଜେନାଙ୍କ ମଞ୍ଚରେ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ମହୋତ୍ସବ କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ତିହିଡି ଚରସ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମେରେନ୍ଦ୍ର ନାଥ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ତିହିଡ଼ି ମାଟିର ବିଶେଷତ୍ୱ ସମ୍ପର୍କରେ ମତରଖି କହିଥିଲେ ଯେ, " ପିଲାମାନଙ୍କ ପ୍ରତିଭା ଓ ସାମର୍ଥ୍ୟ ତାଙ୍କର ନିଜସ୍ୱ ଶକ୍ତି, ନକଲ କଲେ କିଛି ସମୟ ପାଇଁ ସଫଳତା ମିଳିପାରେ କିନ୍ତୁ ସ୍ଥାୟୀ ସଫଳତା ମିଳେ ନିଜର ପରିଶ୍ରମ ଓ ସୃଜନଶୀଳତାରେ । ସେଥିପାଇଁ ଅନ୍ୟମାନଙ୍କ ପଥ ଅନୁସରଣ ନୁହେଁ ବରଂ ପଥ ସୃଷ୍ଟି କରି ନିଜ ପ୍ରତିଭାର ଆଲୋକରେ ଆଗକୁ ବଢିବା ହିଁ ପ୍ରକୃତ ସଫଳତା ବୋଲି କହିଥିଲେ । ଏହି ଅବସରରେ ମହୋତ୍ସବ କମିଟି ତରଫରୁ ତିହିଡି ଅଞ୍ଚଳର ଚିକିତ୍ସକ ଭାବରେ ନିଜକୁ ଗଢି ତୋଳିଥିବା ଡା. ଗାୟତ୍ରୀ ନାୟକ, ଡା. ବିକାଶ ଗୁପ୍ତା, ଡା. ଚିରଞ୍ଜିବ ଦାସ, ଡା. ଦେବଦତ୍ତ ଦାଶ, ଡା. ଭବାନୀ ଶଙ୍କର ନାୟକ, ଡା. ସତ୍ୟମ ବିଶ୍ୱାଳ, ଡା. କୌଶିକ ପୃଷ୍ଟି, ଚିତ୍ରଶିଳ୍ପୀ ମହେଶ୍ୱର ସେଠୀ, ଚରସ ହାଇସ୍କୁଲ ଏନସିସିି ଗୃପ ବ୍ୟାଡମିଟନ୍ ପ୍ରତିଯୋଗିତାରେ ରାଜ୍ୟ ସ୍ତରକୁ ଯାଇଥିବା ଦୁଇ ଛାତ୍ର ଓମ୍ ପ୍ରକାଶ ସେଠୀ, ସାଇପ୍ରଦ ମାହୁନ୍ତଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ୍ ସଂଙ୍ଗୀତ ଜଗତର ଷ୍ଟାର ଅସିମା ପଣ୍ଡା ଓ ସାଥିଙ୍କ ସଂଙ୍ଗୀତ ପରିବେଷଣ ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବଲାଙ୍ଗୀର୍ କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା । ଏଥିସହ ଅମୂଲ୍ୟ ସେନାପତି, ବିସ୍ମୟ ବିହାରୀ ସାହୁ, ଯଯାତି କେଶରୀ ଦାସ ଏବଂ ଭଗବାନ ନାୟକଙ୍କ ସଂଚାଳନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ଡ୍ୟାନ୍ସ ଗୃପର ପିଲାମାନେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଡ. ଲକ୍ଷ୍ମୀଧର ତ୍ରିପାଠୀ ସଞ୍ଚାଳନ କରିଥିବା ବେଳେ କୈଳାସ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ସମ୍ପାଦକ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ବିଶ୍ୱଜିତ୍ ବେହେରା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବକୁ ସଫଳ କରିବାରେ ଧିରେନ୍ଦ୍ର ସାହୁ, ଗିରିଜା ରମଣ ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ସଚ୍ଚିକାନ୍ତ ନାୟକ, ପ୍ରିୟବ୍ରତ ପାଢ଼ୀ, ମନୋଜ ପାଣିଗ୍ରାହୀ, ପ୍ରତାପ ଜେନା, ବସନ୍ତ ମହାପାତ୍ର, ନୀଳମଣି ସାବତ, ମୃତ୍ୟୁଞ୍ଜୟ ଦାସ, ସଞ୍ଜୟ ଦାସ, ଶୁଭମ ସାର୍ଥକ ଜେନା, ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ, କୈଳାସ ବେହେରା ଓ ବିସ୍ମୟ ବିହାରୀ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ତଥା ତିହିଡ଼ି ବ୍ଲକର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |