କଟକ ( ଉତ୍କଳ ନ୍ୟୁଜ ) ୬-୦୨-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ପିଏମଶ୍ରୀ ଅର୍ନ୍ତଭୁକ୍ତ ପୀରହାଟ ଶାନ୍ତି ଶେଳେନ୍ଦ୍ର (ପିଏସଏସ) ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇ ଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷିକା ପ୍ରମୋଦିନୀ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ତଥା ଅବସରପ୍ରାପ୍ତ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ମୁଖ୍ୟ ବକ୍ତାଭାବେ ଚରସ ହାଇସ୍କୁଲର ଅବସରପ୍ରାପ୍ତ ଖେଳ ଶିକ୍ଷକ ଗିରିଜା ରମଣ ଜେନା ଓ ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ଦାସ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପାଠ ସହିତ ଖେଳକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି । ଏହା ଶାରିରୀକ, ମାନସିକ ଓ ସାମାଜିକ ସ୍ତରରେ ସୁସ୍ଥତା ଆଣିଦେବ ବୋଲି ମତପ୍ରକାଶ ପାଇଥିଲା ।

ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅଣାଯାଇଥିବା ମଶାଲକୁ ଅତିଥିମାନେ ଗ୍ରହଣ କରିଥିଲେ । ଏହି ଅବସରରେ ଖେଳ ପତାକା ଉତ୍ତୋଳନ କରା ଯାଇଥିଲା । ଶିକ୍ଷକ ଜୟନ୍ତ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖେଳ ଶିକ୍ଷକ ସତ୍ୟରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ବ୍ୟାପୀ ଉକ୍ତ ଉତ୍ସବରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଶହେ ମିଟର ଦୌଡ, ସଟଫୁଟ୍, ଡିସକସ୍, ମ୍ୟୁଜିକ ଚେୟ୍ୟାର, ପୁଚି, ସ୍କିପିଂ, ଓ ଗଣିତ ଦୌଡ ଆଦି ଅର୍ନ୍ତଭୁକ୍ତ ରହିଛି । ବନ୍ଦନା ପାଣିଗ୍ରାହୀ, ପ୍ରଜ୍ଞାଶା ମିଶ୍ର, ରଶ୍ମିତା ଧନି, ପ୍ରତିଭା ସିଂ, ସପନ କୁମାର ନାୟକ, ଦୀପକ ଓଝା, ସରୋଜ ବେହେରା, ମନସ୍ୱିନୀ ମହାନ୍ତି, ଶୁଭଶ୍ରୀ ବାରିକ, ପରମେଶ୍ୱର ସାହୁ, ମଧୁସ୍ମିତା ପାଣି ଓ ଲିଜାରାଣୀ ବେହେରା ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ମୁକ୍ତିକାନ୍ତ ନାୟକ, ପ୍ରଦୀପ ବଳ ଓ ଚକ୍ରଧର ଗାହାଣ ଶିକ୍ଷାକର୍ମୀ ଉତ୍ସବ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |