ତାତିଲେ ମହିଳା ଭାଙ୍ଗିଲେ ମଦ ଓ ମଦ ଦୋକାନ ଖୋଲିବାକୁ ଉଦ୍ୟମ କଲେ ପରିସ୍ଥିତ ହେବ ଭୟାବହ, ଦେଲେ ଚେତାବନି |

75

କଟକ ( ଉତ୍କଳ ନ୍ୟୁଜ ) ୬-୦୨-୨୦୨୬ : ତାତିଲେ ମହିଳା ଭାଙ୍ଗିଲେ ମଦ ଓ ମଦ ଦୋକାନ ଆଉ ଖୋଲିବାକୁ ଉଦ୍ୟମ କଲେ ପରିସ୍ଥିତ ହେବ ଭୟାବହ ଦେଲେ ଚେତାବନି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ପିଏମଶ୍ରୀ ପିଏସଏସ ହାଇସ୍କୁଲ ସମ୍ମୁଖରେ ସରକାରୀ ମଦ ଦୋକାନକୁ ଭାଙ୍ଗି ମହିଳାମାନେ ଚୂରମାର କରି ଦେଇଛନ୍ତି । ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ସ୍ଥାନୀୟ ମହିଳା । ଏପରିକି ଦୁଇ ତିନିଥର ପ୍ରତିବାଦ ଓ ଶୋଭାଯାତ୍ରା ମାଧ୍ୟମରେ ପ୍ରଶାସନ ଓ ମଦ ଦୋକାନ ମାଲିକକୁ ଦେଇଥିଲେ ଚେତାବନି । ହେଲେ ଚଞ୍ଚକତା ପୂର୍ବକ ମଦ ଦୋକାନୀ ସେଠାରେ ଏକ ହୋଟେଲ ଚଳାଇ ଆସୁଥିଲା ଏବଂ ଯେକୌଣସି ସମୟରେ ଆନୁଷ୍ଠାନିକ ଭାବେ ମଦ ଦୋକାନ ଖୋଲିବାର ଲକ୍ଷ୍ୟ ରଖିଥିଲା । ଏପରିକି ପେଟି ପେଟି ମଦ ମଧ୍ୟ ମହଜୁଦ୍ ରଖିଥିଲା । ନାମକୁ ମାତ୍ର ହୋଟେଲ ହେଲେ ମୂଳ ଲକ୍ଷ୍ୟ ମଦ ଦୋକାମ ଖୋଲିବା ଯାହାକୁ ଜାଣି ପାରିଥିଲେ ମହିଳାମାନେ । ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା ଅଭିଯାନ । ଏହି ପରିପ୍ରେକ୍ଷିରେ ପ୍ରସ୍ତାବିତ ମଦ ଦୋକାନ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଜେପି ନେତା ସନାତନ ମିଶ୍ର, ଅଜୟ ରାଉତ, ସଂଗ୍ରାମ ମହାନ୍ତି, ରାମଚନ୍ଦ୍ର ଦାସ, ଶଶିକାନ୍ତ ନାୟକ, ମୁକ୍ତିକାନ୍ତ ମହାନ୍ତି, ସୁକାନ୍ତ ବଳ, ଶାନ୍ତନୁ ଦାସ, ଟୁଟୁଲ ମହାନ୍ତି, ସନ୍ୟାସୀ ସାହୁ, ପ୍ରଫୁଲ ଦାସ, ଜଗଦିଶ ବଳ, ପ୍ରତାପ ଦାସ, ଜୟରାମ ମୁଦୁଲୀ, ମୃତ୍ୟୁଞ୍ଜୟ ବଳ, ନାଳୁ ପରିହାରୀ, ବାବୁଲୀ ମହାନ୍ତି, ମାଳତୀ ବେହେରା, ମିନାକ୍ଷୀ ନାୟକ, ପାଞ୍ଚାଳୀ ମହାରଣା, ରଶ୍ମି ବଳ, ଜାନକୀ ଦାସ, ମୀରାପ୍ରିୟା ରାଉତ, ସାବିତ୍ରୀ ଦାସ, ସୁଷମା ଜେନା, ଉଜ୍ୱଳା ବେହେରା, ସୁମିତ୍ରା ଦାସ, ସଞ୍ଜୁକ୍ତା ମହାନ୍ତି, ଟିକିରାଣୀ ମହାନ୍ତି, ଶାନ୍ତିଲତା ମହାନ୍ତି, ସଜନୀ ବେହେରା ଓ ଭାରତୀ ବେହେରା ପ୍ରମୁଖ ଶତାଧିକ ଯୋଗଦେଇ ସରକାର ଓ ମଦ ଦୋକାନ ବିରୋଧିରେ ବର୍ଷିଥିଲେ । ଅପରାହ୍ନରେ ହାତରେ ଝାଡୁ ଧରି ମହିଳାମାନେ ମିଳିତଭାବେ ମଦ ଦୋକାନର ତାଲା ଭାଙ୍ଗି ଧସେଇ ପଶିଥିଲେ ଏବଂ ସେଠାରେ ମଦ ବୋତଲ ସହ ଚାଖଣା ଥିବା ଦେଖିବା ପରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ହୋଇ ସେଗୁଡିକୁ ଭାଙ୍ଗିବା ସହ ଦୁଆର, ଝରକା ଓ ଘରର ଆଜବେଷ୍ଟସକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଆଗାମି ଦିନରେ ଯଦି ମଦ ଦୋକାନ ଖୋଲିବା ଲାଗି ସାମାନ୍ୟତମ ଉଦ୍ୟମ କରାଯାଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଖୋଲାଖୋଲି ଚେଲେଞ୍ଚ ଦେଇଛନ୍ତି ।

ମହିଳାମାନଙ୍କ ଏପରି କାର୍ଯ୍ୟକ୍ରମକୁ ନୈତିକ ସମର୍ଥନ ଜଣାଇ ଶତାଧିକ ପୁରୁଷ (ପୂର୍ବତନ ଛାତ୍ର, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା) ମଧ୍ୟ ଯୋଗ ଆନ୍ଦୋଳନକୁ ସହଯୋଗ କରିବା ସହ ଆଗେଇ ନେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ସ୍ଥିତି ପରଖିଥିଲେ ଏବଂ ମହିଳାମାନେ ଏପରି କରିଥିବା ସ୍ୱିକାର କରିଥିଲେ । ସଂପୃକ୍ତ ସ୍ଥାନ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ସରକାରୀ ମଦ ଦୋକାନ ଖୋଲାଗଲେ ସେମାନଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଥିଲେ । ତେବେ ଏହି ମଦ ଦୋକାନ ରାଜନୈତିକ ଝକାପଞ୍ଝା ଯାହା ଥାଉନା କାହିଁକି କେତେକ ମୁଷ୍ଟିମେୟ ବ୍ୟକ୍ତି ଶାସନ କଳକୁ ବ୍ୟବହାର କରି ଅଭିଯୋଗ ହେଉଥିବା ସ୍ଥାନକୁ ଚିହ୍ନଟ କରୁଛନ୍ତି ଏବଂ ଯେକୌଣସି ସମୟରେ ମଦ ଦୋକାନ ଖୋଲିବା ଲାଗି ବାରମ୍ବାର ପ୍ରୟାସ କରୁଛନ୍ତି । ଏହି ଘଟଣାକୁ ନେଇ ରାଜନୈତିକ ଝକାପଞ୍ଝା ସୃଷ୍ଟି ହୋଇଛି । ମଦ ଦୋକାନ ଖୋଲାକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଲଢେଇ ଜୋରଦାର ଲାଗି ରହିଥିବା ବେଳେ ପିଏସଏସ ହାଇସ୍କୁଲର ପରିଚାଳନା କମିଟି ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଥିବା ମଧ୍ୟ ନଜରକୁ ଆସିଲାଣି । ହାଇସ୍କୁଲ ନିକଟରେ ମଦ ଦୋକାନ ହେଲେ ପିଲାମାନଙ୍କ ଶୈକ୍ଷିକ ବାତାବରଣ ଉପରେ ଆଞ୍ଚ ଆସିବ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଏପରିସ୍ଥଳରେ ଆଗାମି ଦିନରେ ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |