କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଆରୁହାସ୍ଥିତ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ସୁପ୍ରଭା ପାଣି, ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ନକୁଳ ଚରଣ ବାରିକ, ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଦାୟାଦ ମୀନକେତନ ସେନାପତି, ଅବସରପ୍ରାପ୍ତ ଶିକ୍ଷାବିତ୍ ଭାଗିରଥି ଆଚାର୍ଯ୍ୟ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟଟି ସରକାରଙ୍କ ନୂତନ ଅନୁଦାନ ଅର୍ନ୍ତଭୁକ୍ତ ହୋଇଥିଲେ ହେଁ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗିନ ଉନ୍ନତି କରିବାରେ ଏକ ଶୈକ୍ଷିକ ବାତାବରଣ ଜରିଆରେ ଉତ୍ତମ ଭାବେ ଆଗ ପୀଢି ସୃଷ୍ଟିବାରେ ସକ୍ଷମ ହୋଇଛି । ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଆସୁନଥିଲେ ମଧ୍ୟ ଶିକ୍ଷକ, ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ସମସ୍ତଙ୍କୁ ଶିକ୍ଷିତ କରି ଆଗକୁ ନେବାର ଲକ୍ଷ୍ୟ ନେଇ ଶିକ୍ଷକମାନେ ତତ୍ପର ରହୁଥିବା ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଅବଗତ କରିଥିଲେ । ସେହିପରି ବିଦ୍ୟାଳୟର ଆବଶ୍ୟକ ମୁତାବକ ପଞ୍ଚାୟତ ତରଫରୁ ସହଯୋଗ କରାଯିବ ବୋଲି ସରପଞ୍ଚ ଶ୍ରୀମତି ପାଣି ସୂଚନା ଦେଇଥିଲେ । ବିଦ୍ୟାଳୟର ମାର୍ଗଦର୍ଶକ ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପ୍ରତିମ୍ୟର୍ତ୍ତୀ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିତ ସଂଗୀତ ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରଷ୍କାର ପ୍ରଦାନ କରିଥିଲେ ।

ବାଳିକା ବିଭାଗର ସର୍ମିଷ୍ଟା ଦାସ ଓ ବାଳକ ବିଭାଗର ସିଦ୍ଦେଶ୍ୱର ନାୟକଙ୍କ ଚମ୍ପିଆନ୍ ଭାବେ ପୁରଷ୍କୃତ କରାଯାଇଥିଲା । ସେହିପରି ୨୦୨୫ ମସିହା ହାଇସ୍କୁଲ ପରୀକ୍ଷାରେ ଏ- ଗ୍ରେଡ୍ରେ ସ୍ଥାନ ପାଇଥିବା ଛାତ୍ର ସ୍ମୃତିରଞ୍ଜନ ପଣ୍ଡା ଓ ସଞ୍ଜିବ ପଣ୍ଡାଙ୍କୁ ମଧ୍ୟ ପୁରଷ୍କୃତ କରାଯାଇଥିଲା । ଶିକ୍ଷକ ନୃସିଂହ ଚରଣ ପଣ୍ଡା ବେଦ ପାଠ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏବଂ ଶେଷରେ ଶିକ୍ଷକ ପ୍ରଶାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁବାଶ ଚନ୍ଦ୍ର ଦାସ, ଅଭୟ ସେନାପତି, ଭାଗିରଥି ବେହେରା, ଦାଉଦ୍ ଅଲ୍ଲୀ ସାହାଜୀ, ଅଶୋକ ନାୟକ, ବାଇଧର ଜେନା ଓ ବୈକୁଣ୍ଠ ନାଥ ନାୟକ ପ୍ରମୁଖ ଶିକ୍ଷକ, ଶିକ୍ଷାକର୍ମୀ ଓ ଅବସରପ୍ରାପ୍ତ କର୍ମଚାରୀ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |