୨୬ ବର୍ଷ ପରେ ତିହିଡିରେ ସୁସଂଗଠିତର ମୂଳଦୁଆ ପକାଇଲା ପିସିସି।

128

କଟକ (ଉତ୍କଳ ନ୍ୟୁଜ ) ୩-୦୨-୨୦୨୬ : ବର୍ଷ ପରେ ତିହିଡିରେ ସୁସଂଗଠିତର ମୂଳଦୁଆ ପକାଇଛି ପିସିସି । ଗତ ୩୧ ତାରିଖରେ ଗାନ୍ଧିପଥେ ଓଡିଶା ଯାତ୍ରା ଅବସରରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତାଙ୍କ ସମାଗମ ହୋଇଥିଲା ତିହିଡି କାଳୀ ପଡିଆରେ । ଶାସକ ଦଳର ଭୋଟ୍ ଚୋରୀ, ଚାଷୀଙ୍କୁ ଲୁଟ୍‌, ମହିଳା ଅସୁରକ୍ଷିତ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ, ମିଥ୍ୟା ପ୍ରତିଶୃତି, ମନମୁଖି କାର୍ଯ୍ୟକଳାପ, ଦଳୀୟ ଭିତ୍ତିରେ କାର୍ଯ୍ୟ ବଣ୍ଟନ, ବୃହତ୍ କମ୍ପାନୀମାନଙ୍କୁ ଋଣ ଛାଡ ଓ ଚାଷୀଙ୍କୁ ଚାବୁକ, ଦରଦାମ ବୃଦ୍ଧି, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ସଂପ୍ରତି ଅଣ୍ଟା ଭିଡିଛି । ଗଣତନ୍ତ୍ର ପ୍ରକ୍ରିୟାରେ ଶାସନ ନକରି ଦଳୀୟ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଉଛି ବିଜେପି । ଯାହାକୁ ନେଇ ସାଧାରଣ ନାଗରିକ ମୁହଁ ଖୋଲିଲେଣି । ଶାସକ ଦଳ ପ୍ରତି ସାଧାରଣ ଲୋକଙ୍କ ବିମୁଖ ମନୋଭାବ ଏପରି ବୃଦ୍ଧି ପାଇଛି ଯେ ବିକଳ୍ପ ସ୍ୱରୂପ କଂଗ୍ରେସ ସଂପ୍ରତି ଉଭା ହେବାକୁ ଯାଉଛି । ବିଗତ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନଭାର ସମ୍ଭାଳୀ ଦେଶକୁ ମଜବୁତ୍ କରିବାରେ ସକ୍ଷମ ହୋଇଥିଲା କଂଗ୍ରେସ । ସରକାରୀ ଯୋଜନାଗୁଡିକ ମଧ୍ୟରେ ଜଳସେଚନ, ଖାଉଟି ସାମଗ୍ରୀ, ମନରେଗା, କୃଷି, ଶିକ୍ଷା, ଆବାସ, ସୂଚନା ଅଧିକାରୀ ଆଇନ୍‌, ରେଳପଥ, ରାଜପଥ, ବନ୍ଦର, ଏୟାରପୋର୍ଟ, ଘରୋଇ କମ୍ପାନୀ, ବିଦ୍ୟୁତ, ସାମରିକ ଘାଟି ସ୍ଥାପନ କରିବାରେ ଉପଯୁକ୍ତ ସଫଳ ହୋଇଥିଲା । ମନରେଗାର ନାମ ପରିବର୍ତ୍ତନ କରିବା, ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା, ଆଗାଦୀ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା, ଜଙ୍ଗଲ ଜମିକୁ ବଣ୍ଟନ କରିବା, ସରକାରୀ ସଂସ୍ଥାକୁ ଘରୋଇ କରଣ କରିବା, ରଙ୍ଗ ବଦଳେଇବା ଆଦି ବିଜେପିର ଦେଶକୁ ଭାଗଭାଗ କରିବାର ପ୍ରୟାସ ବୋଲି କଂଗ୍ରେସ ଆରପୋ କରିଛି । ମିଛ ପ୍ରଚାର ଓ ପ୍ରସାର ଜରିଆରେ ବିଜେପି ଯେଉଁ କ୍ଷମତା ହାସଲ କରିଛି ତାହା ପଦାରେ ପଡିଲାଣି, ଲୋକେ ବୁଝି ସାରିଲେଣି, ଆଉ ବିଳମ୍ବ ନକରି କଂଗ୍ରେସ ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଠି ସୁସଂଗଠିତ ହେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଉଦ୍‌ବୋଧନ ଦେଇଥିଲେ । ସବୁଠୁ ବଡ କଥା ହେଉଛି କଂଗ୍ରେସ କ୍ଷମତାରେ ନଥିବା ବେଳେ କେତେକ କର୍ମୀ ଓ ଛାମୁଆ ନେତା ଦଳ ତ୍ୟାଗ କରିଥିଲେ ହେଲେ ଗାନ୍ଧି ପଥେ ଓଡିଶା ଯାତ୍ରା କାର୍ଯ୍ୟକ୍ରମରେ ସେମାନେ ପୂନଶ୍ଚ ପଥ ପ୍ରତ୍ୟାବର୍ତ୍ତନ କରିଥିବା ମଧ୍ୟ ନଜରକୁ ଆସୁଛି । ଆଗାମି ଦିନରେ ବହୁ କର୍ମୀ ଉଭୟ ଶାସକ ଓ ବିରୋଧି ଦଳ ଛାଡିବାର ସମ୍ଭାବନା ଥିବା ମଧ୍ୟ ବାରି ହେଉଛି । ସରକାରୀ ପଦାଧିକାରୀ ସଂପ୍ରତି ଭୟରେ କାଳାତିପାତ କରୁଛନ୍ତି । ରାଜ୍ୟରେ ଶାସକ ଦଳର ପତିଆରା ଜାହିର ହେବାରେ ସାମାନ୍ୟତମ ବ୍ୟତିକ୍ରମ ଦେଖା ଦେଲେ ତାଙ୍କ ଉପରେ ଆକ୍ରମଣ ହେଉଥିବା ଦୈନିକ ଗଣମାଧ୍ୟମରେ ପୃଷ୍ଟା ବିମଣ୍ଡିତ ହେବାରେ ଲାଗିଛି । ଶାସକ ଦଳର ହାତ ବାରିଶି ସାଜିବାକୁ ପୋଲିସ ବାଧ୍ୟ ହେଉଛି ଫଳରେ ନିରୀହ ଜନତା ଆତ୍ମହତ୍ୟା/ଆତ୍ମାହୂତି ଦେଉଥିବା ମଧ୍ୟ ପଦାକୁ ଆସୁଛି । ଏସବୁର ସ୍ଥାୟୀ ପ୍ରତିକାର କରିବା ସହିତ ଶାସକ ଦଳକୁ ଉପଯୁକ୍ତ ଟକ୍କର ଦେବାକୁ କଂଗ୍ରେସ ସଂପ୍ରତି ଅଧିକରୁ ଅଧିକ ସୁସଂଗଠିତ ହେବାକୁ ଯାଉଥିବା ନିସନ୍ଦେହ । ଆଗାମି ପଞ୍ଚାୟତ ଓ ଏନଏସି/ମୁନିସପାଲିଟି ନିର୍ବାଚନରେ କଂଗ୍ରେସ ଅଧିକ ପଦ ହାତେଇବ ବୋଲି ରାଜନୈତିକ ସମ୍ମିକ୍ଷକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।