କଟକ (ଉତ୍କଳ ନ୍ୟୁଜ ) ୦୨-୦୨-୨୦୨୬ : କଟକ ସିଏମସି ଓ୍ବାର୍ଡ ନଂ ୪୭ ମହାନଦୀ ବିହାର ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଦ୍ୟାନ ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ ଚୌଦ୍ୱାର ବିଧାୟକ ସୈାଭିକ ବିଶ୍ଵାଳଙ୍କ, ମାନ୍ୟବର ମେୟର ସୁବାସ ସିଂ, ସିଡିଏ ଅଧ୍ୟକ୍ଷା କିରଣ ଦୀପ କୈାର, ସ୍ଥାନୀୟ ୫୭ ନଂ ଓ୍ବାର୍ଡ କର୍ପୋରେଟର ଇଂଜିନିୟର ସୁବ୍ରତ ଘଡେଇଙ୍କ ସହିତ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଶ୍ରୀ ଜଗନ୍ନାଥ ଉଦ୍ୟାନ ଖର୍ଚ୍ଚ ପାଇଁ ୩ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ନୂଆ ରୂପ ନେଉଛି ବୋଲି ଆଜିର ଲୋକାର୍ପଣ ଉତ୍ସବରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ଵାଳ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ପ୍ରହଲ୍ଲାଦ ଚନ୍ଦ୍ର ମହାନ୍ତି, ମହେନ୍ଦ୍ର ନାଥ ପଣ୍ଡା, ନିକୁଞ୍ଜ ବିହାରୀ ରଥ, ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ସରୋଜ ପ୍ରସାଦ ସ୍ବାଇଁ, ହିମାଂଶୁ ଶେଖର ଷଡ଼ଙ୍ଗୀ, ସଞ୍ଜୟ ଜେନା,ମଧୁସ୍ମିତା ଷଡ଼ଙ୍ଗୀ,ଇନ୍ଦୁମତୀ ଦାସ, ସ୍ବପ୍ନାମୟୀ ସ୍ବାଇଁ, ନିବେଦିତା ଷଡ଼ଙ୍ଗୀ ସହିତ ଅନେକ ମହିଳା ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍ କର୍ମ କର୍ତ୍ତା ଓ ବରିଷ୍ଠ ନାଗରିକ ମାନଙ୍କ ସହିତ ଯୁବଗୋଷ୍ଠୀ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ।