ମାଘ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ |

101

କଟକ (ଉତ୍କଳ ନ୍ୟୁଜ ) ୦୨-୦୨-୨୦୨୬ : ମାଘ ପୂର୍ଣ୍ଣିମା ପୂର୍ଣ୍ଣିମା ଅବସରରେ ସର୍ବ ପୁରାତନ ବକ୍ସିବଜାର,ବଢେଇସାହି, ବାସ୍ତରୀ ମଠ ପ୍ରାଙ୍ଗଣରେ ଶ୍ରୀଶ୍ରୀ ରାଧା ମୋହନ ଜୀଉ ଠାକୁରଙ୍କ ୭୭ ତମ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ପାଳନ କରାଯାଇଥିଲା। ଏହି ଅବସରରେ ପ୍ରଥମ ଦିନ ପ୍ରାତଃ ସମୟରୁ‌ ମହାନଦୀ ଘାଟରୁ କଳସ ବୁଡା ଯାଇଥିଲା। ବଢେଇ ସାହି ଯୁବକ ମାନଙ୍କ ଦ୍ୱାରା ସଂକୀର୍ତ୍ତନ କରାଯାଇ ସାହି ପରିକ୍ରମା ପରେ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା।ଏହି ନାମ ସଂକୀର୍ତ୍ତନ ପାଇଁ ଅନେକ ସଂକୀର୍ତ୍ତନ ମଣ୍ଡଳୀ ଅନୁରୋଧ ରକ୍ଷାକରି ସଂକୀର୍ତ୍ତନ କରିଥିଲେ। ସଂଧ୍ୟାରେ ଉଚ୍ଚ କୋଟୀର ସଂକୀର୍ତ୍ତନ ଶୁଣିବା ବଢେଇ ସାହି ସହିତ ସହରର ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ।ଦ୍ବିତୀୟ ଦିବସରେ ନଗର ପରିକ୍ରମା ପରେ ହରିହାଟ ସହିତ ଦଧି ଭାଣ୍ଡ ଭଙ୍ଗା ଯାଇଥିଲା।ନାମ ଯଜ୍ଞରେ କର୍ତ୍ତା ସହିତ ସାହିର ଯୁବକମାନେ କଳସ ନେଇ ନଦୀ ଘାଟରେ ବିସର୍ଜନ କରାଇବା ପରେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।ଏହି ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନରେ ସାହିର ଯୁବକମାନେ ସହିତ ଅନେକ ବରିଷ୍ଠ ନାଗରିକ ଓ ମହିଳା ମାନଙ୍କ ମଧ୍ୟରେ ଏକତା ଦେଖିବାକୁ ମିଳିଥିଲା। ବଢେଇସାହି ଗ୍ରାମବାସୀ ସଭାପତି ବୀଜୟ କୁମାର ମହାରଣା,ସମ୍ପାଦକ ଶୁଶାନ୍ତ କୁମାର ସାହୁ,ଶିବ ମହାରଣା,ସୈାଭିକ ମହାରଣା ମନୋରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।