ଚୌଦ୍ଵାର ( ଉତ୍କଳ ନ୍ୟୁଜ ) ଚୌଦ୍ଵାର ଚାରିଘରିଆ ସ୍ଥିତ କଲେଜ ଅଫ ନର୍ସିଂ ପକ୍ଷରୁ ରବିବାର ଦିନ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ନାୟକ ଏଜୁକେଶନାଲ ଟ୍ରଷ୍ଟି ପକ୍ଷରୁ ସ୍ୱର୍ଣଲତା ଜେନା ଓ ଟ୍ରଷ୍ଟି ସଞ୍ଜୀବ ନାୟକ ,ସରୋଜ ଦାସ ଏହି ଚକ୍ଷୁ ଶିବିରକୁ ପରିଚାଳନା କରିଥିବା ବେଳେ କଲେଜର ଅଧକ୍ଷ ଡ. ଉପେନ୍ଦ୍ର ନାୟକଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ଚୌଦ୍ଵାର ପୌରପାଳିକାର ଉପ ନଗରପାଳ ଶୁଭେନ୍ଦୁ ସାମଲ ଫିତା କାଟି ପ୍ରଦୀପ ପ୍ରଜ୍ବଳନ କରି ଶିବିରର ଉଦ୍ଘାଟନ କରିଥିଲେ ।

କଲେଜର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ,କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକତା ଅନୁଯାୟୀ ଚଷମା ପ୍ରଦାନ କରାଯାଇଥିଲା | ଚକ୍ଷୁ ରୋଗରେ ପୀଡିତ ଏବଂ ମୋତିଆ ବିନ୍ଦୁ ଥିବା ୫ ଜଣ ବ୍ୟକ୍ତିଙ୍କୁ ବିନା ସୁକ୍କରେ ଅପରେସନ ପାଇଁ କଟକ ନିଆଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟତମ ସହଯୋଗୀ ଭାବେ ସରୋଜ କୁମାର୍ ସୁବୁଦ୍ଧି ରାୟ, ପ୍ରୁଥିରାଜ୍ ପରିଡ଼ା ଙ୍କ ସହ କଲେଜର କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସଂଯୋଗ କରିଥିଲେ ।