କଟକ ( ସୁଶ୍ରୀ ସୁନିତା ମହାପାତ୍ର ) ଓଡିଶା ଯୁବଶିଳ୍ପଦ୍ୟୋଗୀ ସଂଘ (ଓସମେ)ଓ ଏମଏସଏମ ୟୁନିଫାଏ, ଗୁରୁଗ୍ରାମର ମିଳିତ ଆନୁକୂଲ୍ୟରେ ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ଓସମେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏମଏସଏମଇ କମ୍ପିଟିଟିଭ ଲୀନ ଯୋଜନାର ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଅନୁଷ୍ଠିତ ଆଲୋଚନା ଚକ୍ରରେ ଲୀନ ଯୋଜନାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମସ୍ତ ଏମଏସଏମଇ ମାନଙ୍କର କିପରି ସବିଶେଷ ଉନ୍ନତି ସହିତ ସେମାନଙ୍କର ୟୁନିଟ କିପରି ଲାଭବାନ ହୋଇ ପାରିବ ତାହା ଉପରେ ସବିଶେଷ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉତ୍ପାଦନ ସମ୍ୱନ୍ଧୀୟ ଯେ କୌଣସି ବାଧାବିଘ୍ନ ଉପୁଜିଲେ ଶିଳ୍ପଦ୍ୟୋଗୀମାନେ କିପରି ଲୀନ ଯୋଜନାର ସଦୁପଯୋଗ କରିପାରିବେ ସେ ବିଷୟରେ ଧ୍ୟାନ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଓସମେର ପରେଶ ଚନ୍ଦ୍ର ସାହୁ (ଯୁଗ୍ମ ଅର୍ଥ ସମ୍ପାଦକ) ରୁଦ୍ରାଶିଷ ନାୟକ ସମ୍ପାଦକ (କଟକ ଜିଲ୍ଲା)ତୁଷାର ନାୟକ, ପିୟୁଷ ମହାନ୍ତି,ବି ଏନ ମହାନ୍ତି (କାର୍ଯ୍ୟ ନିର୍ବାହୀ ସଚିବ )ଏମଏସଏମ ୟୁନିଫାଏର ପ୍ରକଳ୍ପ ମୁଖ୍ୟ, ସାଗର ପରିଡା ଓ ପ୍ରଭାସିନୀ ସାହୁ ଉପସ୍ଥିତ ରହି ଲୀନ ଯୋଜନାର ଉପକାରିତା ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗୀ ସଂସ୍ଥା ମାନଙ୍କୁ ଲୀନ ଯୋଜନା ମାଧ୍ୟମରେ ପଞ୍ଜିକରଣ କରାଯାଇ ସେମାନଙ୍କର ଉତ୍ପାଦନ କ୍ଷମତା କିପରି ବଢ଼ାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏମଏସଏମ ୟୁନିଫାଏ ତରଫରୁ ଅମିତ ରଞ୍ଜନ ଲୀନ ଯୋଜନାକୁ ଉପସ୍ଥାପନ କରିଥିଲେ ଏବଂ ଏମଏସଏମ ୟୁନିଫାଏ ର ପ୍ରକଳ୍ପ ମୁଖ୍ୟ,ସାଗର ପରିଡ଼ା ଉପସ୍ଥିତ ଥିବା ପଚାଶରୁ ଅଧିକ ଉଦ୍ୟୋଗୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।