ବଡଟିକରା ଗୁଡା ର ପୋଖରୀ ପାଣି ବିଷାକ୍ତ ,ସଂକ୍ରମଣ ଆଶଙ୍କା |

115

ବଡଟିକରା ଗୁଡା ର ପୋଖରୀ ପାଣି ବିଷାକ୍ତ ,ସଂକ୍ରମଣ ଆଶଙ୍କା | କଟକ (ଉତ୍କଳ ନ୍ୟୁଜ ) ୬-୦୩-୨୦୨୫: ମଣିଷର ଚତୁର୍ପାଶ୍ୱ ରେ ଘେରି ରହି ତାର ଜିବନ ତଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବ୍ରୁତିକୁ ହିଁ ପରିବେଶ କୁହାଯାଏ, କିନ୍ତୁ ଯଦି ପରିବେଶ ଦୁଷିତ ହୁଏ ତାହେଲେ ସେହି ପରିବେଶରେ ବଞ୍ଚୁଥିବା ମଣିଷର ଆଚରଣ ଉଚ୍ଚାରଣ ଓ ବ୍ୟବହାର କେମିତି ହେବ ନ କହିବା ଭଲ ।ଠିକ୍ ସେମିତି ପାଣି ଯଦି ଦୁଷିତ ହୁଏ ଓ ଆବର୍ଜନାର ଗନ୍ତାଘର ପାଲଟିଯିବା ସହିତ ଦେହରେ ମଧ୍ୟ ଟାଇଫଏଡ ହେଲାଭଳି କାଛୁକୁଣ୍ଡିଆ ବି ହୋଇଥାଏ ତାହେଲେ ପରିସ୍ଥିତି ସଙ୍ଗିନ ହୋଇଥାଏ। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବଡଟିକରା ଗୁଡାର ଗ୍ରାମରେ l ଲୋକଙ୍କ କହିବା ଅନୁସାରେ ସେହି ଗ୍ରାମରେ ଗୋଟିଏ ପୋଖରି ରେ କେହି ଜଣେ ମାଛଚାଷ କରିଛି ଓ ବିଷାକ୍ତ ମେଡିସିନ ଦେବା ଫଳରେ ସେହି ପାଣିକୁ ସେମାନେ ଗୋଧୋଇଲେ କାଛୁ କୁଣ୍ଡିଆ ହେଉଛି ବୋଲି ଲୋକମାନେ ମନ୍ତବ୍ୟ ପ୍ରକାଶ କରିଛନ୍ତି ଓ ଆଗକୁ ଯଦି ଏମିତି ହେବ ତାହେଲେ ନିଶ୍ଚିତ ଭାବରେ ଦେହ ଖରାପ ହେବା ସହିତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ପରିପ୍ରକାଶ କରିଛନ୍ତି l

ସ୍ଥାନୀୟ ପଂଚାୟତ ବିଭାଗକୁ ଅବଗତ କରିଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନ ଥିବା ଅଭିଯୋଗ ହେଉଛି।ଏଣୁ ପ୍ରଶାସନକୁ ଗ୍ରାମବାସୀ ଅନୁରୋଧକରିଛନ୍ତି ଯେ ଖବର ପ୍ରସାରଣ ହେଲାପରେ ଏହି ଦିଗରେ ନଜର ଦେବେ ଓ ସମସ୍ୟାର ସମାଧାନ କରିବେ ବୋଲି ତାଙ୍କର ଆଶା ଓ ବିଶ୍ବାସ ରଖୀଥିବା ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l