କଟକ (ଉତ୍କଳ ନ୍ୟୁଜ ) ୨୫-୦୨-୨୦୨୫ : ଜାତୀୟ ମାନବଧୀକାର ଆଇନ ପକ୍ଷ ରୁ ଏକ ବୈଠକ ସାଲେପୁର ପଦ୍ମପୁର ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି |ନୂତନ ଭାବେ ନିଯୁକ୍ତି ପାଇଥିବା କଟକ ଜିଲ୍ଲା ସଭାପତି ମଞ୍ଜୁ ବେଗମ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ବୈଠକ ରେ କମିଟି ର ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ | ଉକ୍ତ ସଭା ରେ ସମାଜସେବୀ ସନାତନ ଦାସ ସଭାପତିତ୍ୱ କରିଥିବା ବେଳେ , ଆୟୋଜକ ଭାବେ ହରିହର ବେଉରା ଓ ବରିଷ୍ଠ ନାଗରିକ ପ୍ରହଲ୍ଲାଦ ସାମଲ ସଭା ପରିଚାଳନା କରିଥିଲେ | ସଭା ରେ ଚୌଦ୍ୱାର କଟକ ଓ ସାଲେପୁର ନିର୍ବାଚନ ମଣ୍ଡଳୀ ରୁ ବହୁ ମହିଳା ଯୋଗଦେଇ ବର୍ତ୍ତମାନ ସମାଜ ରେ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାର ନିର୍ଯ୍ୟାସ ଉପରେ ମତାମତ ରହିଥିଲେ | ଆଗାମୀ ଦିନ ରେ ସଂଗଠନ କୁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ସୁଦୃଢ କରାଯାଇ ସମାଜ ରେ ଅବହେଳିତ କୁ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରାଯିବ ବୋଲି ସଭାପତି ମଞ୍ଜୁ ବେଗମ କହିଥିଲେ |