ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବର |

115

କଟକ (ଉତ୍କଳ ନ୍ୟୁଜ ) ୨୪-୦୨-୨୦୨୫ : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଆଠଗଡ଼ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୮୧ ଗୋଟି ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ତନ୍ମମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୬୭ଗୋଟି ଏବଂ ସାମୂହିକ ୧୪ ଗୋଟି ଅଭିଯୋଗ ଥିଲା । ଅଭିଯୋଗ ସ୍ଥଳରେ ମୋଟ ୨୪ଗୋଟି ତତ୍କାଳୀନ ସମାଧାନ କରାଯାଇଛି । ରେଡ଼କ୍ରସ ରିଲିଫ ଫାଣ୍ଡିରୁ ସାହୟତା ନିମିତ୍ତ ମୋଟ ୪ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ନିମିତ୍ତ ମୋଟ ୪ଗୋଟି ଅଭିଯୋଗ ମଧ୍ୟ ଗ୍ରହଣ କରାଯାଇଥିଲା । ଏତଦବ୍ୟତୀତ ଦୁଇଜଣଙ୍କୁ ତିନି ଚକିଆ ସାଇକେଲ ଏବଂ ଜଣଙ୍କୁ ଏକ ୱହିଲ ଚେୟାର ପ୍ରଦାନ କରାଯାଇଥିଲା। ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରାକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କଟକ ଶ୍ରୀ ପ୍ରଶାନ୍ତ କୁମାର ନାୟକ,ଉପଜିଲ୍ଲାପାଳ ଆଠଗଡ଼ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା, ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଣବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଠଗଡ ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |