ସଂକର୍ତ୍ତନଧାରୀଙ୍କୁ କଳାକାର ଭତ୍ତା ସମେତ ୧୩ ଦଫା ଦାବିନେଇ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ।

301

କଟକ (ଉତ୍କଳ ନିଉଜ) ତିହିଡ଼ି - ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ ପକ୍ଷରୁ ସଂକର୍ତ୍ତନଧାରୀଙ୍କୁ କଳାକାର ଭତ୍ତା ସମେତ ୧୩ ଦଫା ଦାବିନେଇ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂକୀର୍ତନ କରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଂକୀର୍ତନ ସଂସ୍ଥା ସାମାଜିକ ସ୍ତରରେ ଏକ ଆଧ୍ୟାମିକ ଚେତନାର ମାର୍ଗଦର୍ଶନକାରୀ ହୋଇ ଥିବାରୁ ଏହାକୁ ଏକ ସ୍ବତନ୍ତ ବ୍ୟବସ୍ଥା କରାଯିବା ସହ ସମସ୍ତ ସଂକୀର୍ତନଧାରୀଙ୍କୁ ଭତ୍ତା ପ୍ରଦାନ ସମେତ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଅଥବା ପ୍ରଶାସନ ପକ୍ଷରୁ ଅଣଦେଖା କରାଗଲେ ଆଗାମି ଦିନରେ ପରିଷଦ ପକ୍ଷରୁ ଗଣଧାରଣା ପୂର୍ବକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନୀରେ ଭଦ୍ରକ ଜିଲ୍ଲାରେ ପ୍ରାୟ ୩୦ ହଜାର ସଂକୀର୍ତନ ମଣ୍ଡଳୀର ପ୍ରାୟ ୧୦ ଲକ୍ଷ ସଂକୀର୍ତନଧାରୀ ସାମିଲ ହୋଇଛନ୍ତି। କିନ୍ତୁ ଏହି ସଂକୀର୍ତନ କଳାକାରମାନେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲାରେ ପ୍ରତି ବ୍ଲକରେ ଏହି ସଂକ୍ରୀର୍ତନ କଳାକାରମାନଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି। ଏହି କଳାକାରମାନଙ୍କୁ କଳାକାର ଭର୍ତ୍ତା ମିଳୁନଥିବାରୁ ପରିବାର ଚାଲିବା କଷ୍ଟକର ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଶତାଧିକ ସଂକୀର୍ତନ କଳାକାରମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।