ମହରଗରୁ ଯାଇ କାନ୍ତାରେ ପଡିଛନ୍ତି ନିହିହ ଗୋମାତା, ତିହିଡିରେ ଗୋଶାଳା ପାଇଁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ. |

68

କଟକ ( ଉତ୍କଳ ନ୍ୟୁଜ ) ୧୮-୦୭-୨୦୨୬ : ମହରଗରୁ ଯାଇ କାନ୍ତାରେ ପଡିଛନ୍ତି ନିହିହ ଗୋମାତା । ଗୋଶାଳା ପାଇଁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ଅସମ୍ପୂର୍ଣ୍ଣ ଏକ ଗୋଶାଳାକୁ ଦେଖିଲେ ସତେ ଯେପରି ପଶୁଙ୍କୁ ଅମାନୁଷିକ ନିର‌୍ୟ୍ୟାତନା ଦିଆଯାଉଛି । କଂକ୍ରିଟ୍ ପିଲାର ପଡିଛି, ପାଶ୍ୱର୍ ଓ ଉପରେ ବାଉଁଶ ବନ୍ଧା ଯାଇଛି, ଲଗାଣ ବର୍ଷା ପରେ ମୁଣ୍ଡ ଉପରେ ପାଲ ନାହିଁ, ଖରା ବର୍ଷାରେ ସିଝୁଛନ୍ତି ନିରିହ ଗୋମାତା । ନାହିଁ ସରକାରୀ ଅନୁଦାନ, ଦାନ ଅର୍ଥରେ ପୋଷା ଯାଉଛନ୍ତି ଗୋମାତା । ସେପଟେ ପ୍ରଶାସନର ଚାପ । କେମିତି ସମ୍ଭାଳିବେ ଗୋଶାଳ କର୍ତ୍ତୃପକ୍ଷ । ଏଭଳି ଏକ ସମ୍ବେଦନଶୀଳ ଗୋଶାଳା ନଜରକୁ ଆସିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମହରମପୁର ଗାଁ ରାସ୍ତା କଡରେ । ପତିତପାବନ ବୃଦ୍ଧାଶ୍ରମ ପକ୍ଷରୁ ଏକ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ନିର୍ମାଣ ସମ୍ପୂର୍ଣ୍ଣ କରିବା ସହିତ ଗୋମାତାଙ୍କ ରକ୍ଷଣା ବେକ୍ଷଣ କରିବା ଲାଗି ଅର୍ଥର ଅଭାବ ରହିଛି । ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯିବା ସହିତ ଆବଶ୍ୟକୀୟ ଆର୍ଥିକ ସହଯୋଗକୁ ଅପେକ୍ଷା କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଚୋରା ଗୋଚାଲାଣରେ ଜବତ୍ କରାଯାଉଥିବା ଗୋମାତାଙ୍କୁ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇ ସେଠାରେ ଛଡା ଯାଉଛି । ସଂପ୍ରତି ଗୋଶାଳାରେ ୧୩୯ଟି ଗୋମାତା ରହୁଛନ୍ତି । ଗୋଶାଳାର ସମ୍ପାଦକଙ୍କ କହିବାନୁସାରେ ଗୋମାତାଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ସୁବିଧା ନାହିଁ ମାତ୍ର ପୋଲିସ ପ୍ରଶାସନ ବାଧ୍ୟ କରାଯାଉଛି ଏପରିକି ଚାପ ସୃଷ୍ଟି କରାଇ ଗୋମାତାଙ୍କୁ ଏଠାରେ ଛାଡୁଛନ୍ତି । ଦିନରେ ରେଳପଥ ନିକଟରେ ଗୋମାତାଙ୍କୁ ଚରାଇ ଆଣିବା ପରେ ପାଣି ଓ କୁଣ୍ଡା ତୋରାଣି ଦିଆଯାଉଛି । ବର୍ଷାରେ ପାଲ ଛିଡି ଯିବାପରେ ଏବେ ମରାମତି ଚାଲୁଛି ବୋଲି କହିଛନ୍ତି । ତେବେ ସରକାରଙ୍କ ମାଳମାଳ ଯୋଜନା କାର‌୍ୟ୍ୟକାରୀ ହେଉଥିବା ବେଳେ ବ୍ଲକର ଏକମାତ୍ର ଗୋଶାଳା ପ୍ରତି ପ୍ରଶାସନର ନଜର ନାହିଁ । ସରକାରଙ୍କ ପକ୍ଷରୁ ଗପ୍ରତି ପଞ୍ଚାୟତର ଗୋଶାଳା ଖୋଲାଯିବା ଘୋଷଣା ସଂପ୍ରତି ପାଣିରେ ଗାର ସାଜିଛି । ଏପରି ସ୍ଥିତିରେ ପୋଲିସ ପ୍ରସାଶନ ଉକ୍ତ ଗୋଶାଳାରେ ଗୋରୁ ଛାଡିବା କେତେଦୂର ସମ୍ମିଚୀନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |