ଇନ୍ଦିରିଆ ଗ୍ରାମରେ ୩୭ର ପଦାର୍ପଣ କଲା ରଥଯାତ୍ରା ପରମ୍ପରା |

17

କଟକ ( ଉତ୍କଳ ନ୍ୟୁଜ ). ୧୮-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଇନ୍ଦିରିଆ ଗ୍ରାମରେ ୩୭ର ପଦାର୍ପଣ କଲା ରଥଯାତ୍ରା ପରମ୍ପରା । ଗ୍ରାମରେ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପୂଜାରମ୍ଭ ପରଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି । ରଥଯାତ୍ରା ଦିନ ନୀତିଋତି ସହକାରେ ମନ୍ଦିରରେ ପୂଜାର୍ଚ୍ଚନା ପରେ ରଥାରୂଢ ହୋଇଥିଲେ । ପରେ ଅପରାହ୍ନ ପ୍ରା ୪ ଘଟିକା ସମୟରେ ରଥ ଟଣା ହୋଇଥିଲା । ଶଙ୍ଖ ହୂଳହୂଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଫାଟି ପଡୁଥିଲା ଗାଁ ଦାଣ୍ଡ । ପାରମ୍ପରିକ ବାଜା ଓ ରୋଷଣୀରେ ଇନ୍ଦିରିଆ ଗାଁରୁ ବାହାରି ରଥସାହି, ମଲ୍ଲିକସାହି, ପାଟଣା, ଭଦ୍ରକ-ଚାନ୍ଦବାଲି ରାଜପଥ ଅତିକ୍ରମ କରି ଆରୁହା ଗ୍ରାମ ଦେଇ ମଠ ନିକଟରେ ଭଜନ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଶେଷରେ ଇନ୍ଦିରିଆ ଗ୍ରାମ ମଙ୍ଗଳା ମନ୍ଦିର ମାଉସୀମା ମନ୍ଦିର ଭାବେ ରାତି ପ୍ରାୟ ୧୧ ଘଟିକା ସମୟରେ ରଥ ପହଂଚିଥିଲା । ୩ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ପରିସରକୁ ଉତ୍ସବ ମୁଖର ହୋଇଥିଲା । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା ଦାୟିତ୍ୱ ସମ୍ପନ୍ନ କରିଥିବା ବେଳେ ଇନ୍ଦିରିଆ ରଥ କମିଟିର ସଭାପତି ଅକ୍ଷୟ ନାୟକ, ସମ୍ପାଦକ ଶଶିକାନ୍ତ ନାୟକ, ପ୍ରକାଶ ସ୍ୱାଇଁ, ଶୁଭ୍ରାଂଶୁ ଶେଖର ନାୟକ, ସ୍ୱେହାଶିଶ ସୂତାର, ବିବେକ ରାଉଳ, ଆଶୁତୋଷ ନାୟକ, ସମରେନ୍ଦ୍ର ନାୟକ, ବିଦ୍ୟାଧର ରାଉଳ, ସଞ୍ଜିବ ନାୟକ, ଜ୍ଞାନରଞ୍ଜନ ବଳ, ଦୀପକ ନାୟକ, ରଞ୍ଜିତ ରାଉଳ, ସରୋଜ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଗ୍ରାମର ମୁରବୀ ଉମେଶ ଚନ୍ଦ୍ର ରାଉଳ, ପ୍ରଶାନ୍ତ ନାୟକ, ଗୋପବନ୍ଧୁ ସ୍ୱାଇଁ, ପ୍ରାଣକୃଷ୍ଣ ରାଉଳ, ମନୋରଞ୍ଜନ ବଳ, ନବକିଶୋର ବେହେରା, ସରୋଜ ସାହୁ, ରବିରାଜ ସାହୁ, ସୁବାଶିଶ ସୂତାର, ଦେବାଶିଶ ସୂତାର, ଓମ୍ ପ୍ରକାଶ ମଲ୍ଲିକଙ୍କ ସମେତ ଗ୍ରାମବାସୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |