କଟକ (ଉତ୍କଳ ନ୍ୟୁଜ ) ୧୩-୦୭-୨୦୨୬: ଦି ଆଚିଭର୍ସ’ ଏବଂ ଆଦିତ୍ୟ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ–୨୦୨୬ ଅବସରରେ ନୃତ୍ୟ, ସଙ୍ଗୀତ ଓ ବାଦ୍ୟ ପ୍ରତିଯୋଗିତା ସହ ପୁରସ୍କାର ବିତରଣ ଉତ୍ସବ କଟକସ୍ଥିତ ଆର୍ଟ ଗ୍ୟାଲେରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ କୃତୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ନାରାୟଣ ଆଚାର୍ଯ୍ୟଙ୍କୁ ଶ୍ରେଷ୍ଠ ତାଳ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସଙ୍ଗୀତ କଳା ସମ୍ମାନ ପାଇଁ ଦିବ୍ୟାଂଶୀ ସ୍ୱାଇଁ ଓ ପ୍ରଜ୍ଞାନୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ନୃତ୍ୟ କଳା ସମ୍ମାନ ସୁଶିକ୍ଷ୍ୟା ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଆୟୋଜିତ ସଭାରେ ଦୀପେଶ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ରବିନାରାୟଣ ବ୍ରହ୍ମଚାରୀ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ପଦ୍ମାଳୟା ବ୍ରହ୍ମଚାରୀ, କାଦମ୍ବିନୀ ବ୍ରହ୍ମଚାରୀ, ଆଦିତ୍ୟ ନାରାୟଣ ଆଚାର୍ଯ୍ୟ,ଗୁରୁ ରବି ସାମନ୍ତରାୟ ଏବଂ ଦୀପକ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।