ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଓ ୭୮ ତମ ଏବିଭିପି ରାଷ୍ଟ୍ରୀୟ ଦିବସ ପାଳିତ ।

281

କଟକ ( ଉତ୍କଳ ନ୍ୟୁଜ ) ୧୧-୦୭-୨୦୨୬ : ଟାଙ୍ଗୀ ଟ୍ରେଟାହେଡ୍ରନ୍ କଲେଜର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଟ୍ରେଟାହେଡ୍ରନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦୁଇଟି କ୍ୟାମ୍ପସ ପରିସରରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୮ତମ ରାଷ୍ଟ୍ରୀୟ ଧେୟଯାତ୍ରା ପାଳିତ ହୋଇଯାଇଛି। ଟ୍ରେଟାହେଡ୍ରନ୍ କଲେଜ ର ପ୍ରତିଷ୍ଠାତା ତ୍ରୀଦେବ ବେହେରା ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଏବିଭିପି କ୍ଷେତ୍ରୀୟ ସହ ସଂଗଠକ ସମ୍ପାଦକ ବଇଲୋଚନ ସାହୁ,ଏବିଭିପି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ,ଏବିଭିପି କଟକ ବିଭାଗ ସଂଗଠକ ସମ୍ପାଦକ ଦେବ ପ୍ରସାଦ ବେହେରା,ଏବିଭିପି କଟକ ଜିଲ୍ଲା ସଂଯୋଜକ ସାଗର ପ୍ରଧାନ, ଏବିଭିପି ସମାଜସେବୀ ପ୍ରଦେଶ ବେହେରା ଯୋଗ ଦେଇ ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି କହିବା ସହ ବିଦ୍ୟାର୍ଥୀ ଦେଶ ର ଆଗାମୀ ଭବିଷ୍ୟତ ବୋଲି ନିଜ ନିଜ ଅଭିଭାଷଣରେ କହିଥିବା ବେଳେ ଟ୍ରେଟାହେଡ୍ରନ୍ କଲେଜର ଅଧ୍ୟକ୍ଷ ଶ୍ରୀ ବେହେରା ନିଜ ଭାଷଣରେ ସେହି ପ୍ରକୃତ ମଣିଷ ଯେ ମୁଁ ଶବ୍ଦ ବ୍ୟବହାର ନ କରି ଆମେ ଶବ୍ଦ ବ୍ୟବହାର କରି ଜ୍ଞାନ , ଚରିତ୍ର , ଏକତା କୁ ବ୍ୟାବହାର କରି ସମାଜ କୁ ଗଢି ତୋଳିବା ର ଲକ୍ଷ ରଖିଥାଏ ସେହି ରାଷ୍ଟ୍ରୀୟ ନିର୍ମାଣ ର ମୁଖ୍ୟ ପୋରୋଧା ବୋଲି କହିବା ସହ ବିଦ୍ୟାର୍ଥୀ ମାନେ ଯେତେ ବିଦେଶରେ ପାଠ ପଢି ଯେ ନିଜ ମାଟିରେ ସେବା କରି ଏ ଭାରତ ମା ର ପ୍ରକୃତ ଋଣ ସୁଝି ଥାଏ ସେହି ହିଁ ଭାରତ ମାତା ର ପ୍ରକୃତ ସନ୍ତାନ ବୋଲି କହିଥିଲେ । ପରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ପାଞ୍ଚ ଜଣ ଛାତ୍ର ଓ ପାଞ୍ଚ ଜଣ ଛାତ୍ରୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ର ସଦସ୍ୟ ପଦ ଗ୍ରହଣ କରିଥିଲେ । କଲେଜର ଉପାଧ୍ୟକ୍ଷ ସୁବ୍ରକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଟାଙ୍ଗୀ ମଣ୍ଡଳ ସଭାପତି ହୃଷିକେଶ ପ୍ରଧାନ, ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ଜେନା, ରାମେଶ୍ବର ପଞ୍ଚାୟତ ମଣ୍ଡଳ ସମ୍ପାଦକ ହେମନ୍ତ ସ୍ବାଇଁ ବିଶ୍ୱଜିତ୍ ଅଞ୍ଚଳ, ଚୌଧୁରୀ ମାନସ କୁମାର ସାହୁ, ପ୍ରମୁଖ ସହ ଯୋଗ କରିଥିଲେ ।