ରଘୁନାଥଜୀଉ ସ୍ନାତକ ମହାବିଦ୍ୟାଳୟରେ "ଷ୍ଟାର୍ଟଅପ୍ (ଉଦ୍ଭାବନ ଓ ନୂତନ ଉଦ୍ୟୋଗ) କାର୍ଯକ୍ରମ. |

31

କଟକ ( ଉତ୍କଳ ନ୍ୟୁଜ ) ୧୧-୦୭-୨୦୨୬ : କଟକ ସ୍ଥାନୀୟ ଦେଉଳସାହି ସ୍ଥିତ ରଘୁନାଥଜୀଉ ସ୍ନାତକ ମହାବିଦ୍ୟାଳୟରେ ଉଦ୍ଭାବନ ଓ ନୂତନ ଉଦ୍ୟୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟିକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ସନ ଆରୋମେଟ୍ରିକ ମ୍ୟାନେଜିଂ ଡାଇରେକ୍ଟର ପ୍ରବୋଧ କୁମାର ବଡପଣ୍ଡା,ଅଧ୍ୟକ୍ଷ ଚନ୍ଦ୍ରମୋହନ ସ୍ୱାଇଁ। କର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପିକା ସୁଶ୍ରୀ କାନ୍ତି ରେଖା ବିଶ୍ଵାଳ ମୁଖ୍ୟ ଅତିଥି ପ୍ରବୋଧ କୁମାର ବଡପଣ୍ଡା ନିଜ ଅଭିଭାଷଣରେ କିପରି ଅଳ୍ପ ବିନିଯୋଗ କରି କ୍ଷୁଦ୍ର ଉଦ୍ୟୋଗ କରିବ। କହିଥିଲେ।ସେ ନିଜ ଅଭିଭାଷଣରେ ଧିରୁଭାଇ ଅମ୍ବାନୀଙ୍କ ଉଦାହରଣ ଦେଇଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଲ ଫର୍ ଭୋକାଲ୍ ବିଷୟରେ ମଧ୍ୟ ଅବଗତ କରିଥିଲେ।ଅଧକ୍ଷ ଚନ୍ଦ୍ରମୋହନ ସ୍ୱାଇଁ ସରକାରଙ୍କ ଷ୍ଟାର୍ଟ ଅପ ପ୍ରୋଗ୍ରାମର ବିଷୟରେ କହିଥିଲେ।ଏହି କାର୍ଯ୍ୟକ୍ରମର ସଂଯୋଜିକା ସୁଶ୍ରୀ କାନ୍ତିରେଖା ବିଶ୍ଵାଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପାଦେୟତା ବିଷୟରେ କହିଥିଲେ। କାର୍ଯ୍ୟକ୍ରମଟିକୁ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ଲକ୍ଷ୍ମୀ ବାରିକ, ଅମ୍ରିତା ଲେଙ୍କା,ବିବେକ ତ୍ରିପାଠୀ,ସ୍ମୃତିରଞ୍ଜନ ସ୍ବାଇଁ।ଏହି କାର୍ଯ୍ୟକ୍ରମ କଲେଜ ପିଲାଙ୍କ ପାଇଁ ଭବିଷ୍ୟତରେ ଅନେକ ସହଯୋଗ କରିବ ବୋଲି ଶ୍ରୀ ପଣ୍ଡା କହିଥିଲେ।ମହାବିଦ୍ୟାଳୟରେ ବହୁ ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ଫିନାଇଲ୍, ଡିଟରଜେଟ,କାର ୱାସ୍ ତିଆରିରର ପ୍ରଶିକ୍ଷଣ ନେଇଥିଲେ।ଏହି କାର୍ଯ୍ୟକ୍ରମଟି ଦୁଇ ଦିନ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି। ସ୍ବଦେଶୀ ଜାଗରଣ ମକ୍ସକ୍ତର ଜିଲ୍ଲା ସଂଯୋଜକ ସତ୍ୟରଞ୍ଜନ ଦାସ,କର୍ମକର୍ତ୍ତା ଜ୍ୟୋତିରଞ୍ଜନ ପରିଡା, ପ୍ରସନ୍ନ କୁମାର ଦାସ ଉପସ୍ଥିତ ଥିଲେ।