କଟକ ( ଉତ୍କଳ ନ୍ୟୁଜ ) ୦୧-୦୭-୨୦୨୬ : କଟକର ଷ୍ଟୁଆର୍ଟ ସାଇନ୍ସ କଲେଜ, ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡଃ ଆକାଶ କୁମାର ସାହୁ ଏବଂ ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡଃ ଅବନୀ କୁମାର ସାହୁ , ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏ ନେଇ ମଙ୍ଗଳବାର କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଉଭାୟଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଉଭୟ ଅଧ୍ୟାପକ ଦୀର୍ଘ ୨୮ ବର୍ଷ ଧରି ମହାବିଦ୍ୟାଳୟରେ ନିଷ୍ଠା, ଦକ୍ଷତା ଓ ସମର୍ପଣର ସହିତ ଅଧ୍ୟାପନା କରି ଛାତ୍ରଛାତ୍ରୀଙ୍କ ମନରେ ସମ୍ପର୍କ ର ଛାପ ଛାଡ଼ିଯାଇଛନ୍ତି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଦାୟୀ ସମାରୋହରେ ଅଧ୍ୟକ୍ଷା ଡଃ ଦୀପା ନାଗ ଓ ସମ୍ପାଦକ ଶ୍ରୀ ସମରେନ୍ଦ୍ର ପରମାଣିକ ଉଭୟ ଅଧ୍ୟାପକଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ଅଧ୍ୟାପକ, କର୍ମଚାରୀ, ପ୍ରାକ୍ତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ତାଙ୍କର ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ।