କଟକ (ଉତ୍କଳ ନ୍ୟୁଜ ) ୨୩-୦୬-୨୦୨୬: ତଥ୍ୟ ଲେଖାଯିବା ସମୟରେ, ପାକ୍-ଅଧିକୃତ ଜମ୍ମୁ ଓ କାଶ୍ମୀର (PoJK) ପୁଣିଥରେ ଗଭୀର ଅଶାନ୍ତିର ସମ୍ମୁଖୀନ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରତିବାଦକାରୀ ଏବଂ ବିରୋଧୀ ନେତାମାନଙ୍କ ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ବାରା ଅତ୍ୟକ ବଳ ପ୍ରୟୋଗ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନାମରେ PoJK ଅଞ୍ଚଳର ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି, ଯାହା ଫଳରେ ସମଗ୍ର ଅଞ୍ଚଳ ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଏହା ସହିତ ପ୍ରଶାସନ ଫେଡେରାଲ୍ ସରକାରଙ୍କ ନିକଟରୁ ଅତିରିକ୍ତ ୧୪,୦୦୦ ସୁରକ୍ଷା କର୍ମଚାରୀ ମୁତୟନ ପାଇଁ ଅନୁରୋଧ କରିଥିବା ସୂଚନା ମିଳିଛି। ପରିସ୍ଥିତି ଖରାପ ହେଉଥୁବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ଜୁନ୍ ୫ ରୁ ଜୁନ୍ ୨୦ ମଧ୍ଯରେ ପର୍ଯ୍ୟଟନକୁ ନିରୁତ୍ସାହିତ କରିବାକୁ ବାଧ୍ଯ ହୋଇଛନ୍ତି। ଇସଲାମାବାଦରେ ଥିବା ଯୁକ୍ତରାଷ୍ଟ୍ର ଦୂତାବାସ ମଧ୍ଯ PoJKରେ ଥିବା ଏହାର ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି I ଜୁନ୍ ୭, ୨୦୨୬ରେ ସୁରକ୍ଷା ବାହିନୀ ଏବଂ ମିଳିତ ଆୱାମୀ କାର୍ଯ୍ୟ କମିଟି (JAAC) ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାରୁ ହିଂସାକାଣ୍ଡ ଘଟିଥିଲା, ଯେଉଁଥିରେ ଆଠ ଜଣ ସାଧାରଣ ନାଗରିକ ଏବଂ ଚାରି ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା I ଅନ୍ୟ ୭୩ ଜଣ (୨୩ ଜଣ SF କର୍ମଚାରୀ ଏବଂ ୫୦ ଜଣ ସାଧାରଣ ନାଗରିକ) ଆହତ ହୋଇଥିଲେ। କର୍ତ୍ତୃପକ୍ଷଙ୍କ ଦାବି ଅନୁଯାୟୀ ପାକିସ୍ତାନର ସୁପ୍ରିମକୋର୍ଟ ପାକିସ୍ତାନରେ ବସବାସ କରୁଥିବା ଭାରତୀୟ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର (J&K)ର ଶରଣାର୍ଥୀମାନଙ୍କ ପାଇଁ ସଂରକ୍ଷିତ ୧୨ଟି ବିଧାନସଭା ଆସନର ସାମ୍ବିଧାନିକ ବୈଧତାକୁ ବଜାୟ ରଖିବା ପରେ ଏକ ଉତ୍ତେଜିତ ଜନସମୂହ ଏକ ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା I ସରକାରୀ ବିବରଣୀ ଅନୁସାରେ ସୁରକ୍ଷା ବାହିନୀ ହସ୍ତକ୍ଷେପ କରିବା ପୂର୍ବରୁ ଚାରି ଜଣ ପୋଲିସ ଅଧିକାରୀ ଏବଂ ଜଣେ ପଥଚାରୀଙ୍କୁ ହତ୍ୟା କରାଯାଇଥିଲା । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ଛଅ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଥିବା ସରକାର ପକ୍ଷରୁ କୁହାଯାଇଛି। ବର୍ତ୍ତମାନର ଅଶାନ୍ତି ୨୦୨୫ ମସିହାର ସେପ୍ଟେମ୍ବର ଏବଂ ଅକ୍ଟୋବରରେ ହୋଇଥିବା ସମାନ ପ୍ରତିବାଦ ପରେ ସୃଷ୍ଟି ହୋଇଛି ଯେଉଁଥିରେ ୧୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ । ସେହି ଅଶାନ୍ତି ଶେଷରେ ସଂଘୀୟ ସରକାର, PoJK ପ୍ରଶାସନ ଏବଂ JAAC ପ୍ରତିନିଧୂମାନଙ୍କ ମଧ୍ୟରେ ମୁଜାଫରାବାଦ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲା, ଯାହାକୁ ଅକ୍ଟୋବର ୪ ଚୁକ୍ତିନାମା ମଧ୍ୟ କୁହାଯାଏ I ଏହି ଚୁକ୍ତିରେ କ୍ଷତିପୂରଣ, ଶାସନ ବ୍ୟବସ୍ଥାର ସଂସ୍କାର, ଆର୍ଥିକ ସହାୟତା ଏବଂ ବିଭିନ୍ନ ରାଜନୈତିକ ପ୍ରତିଶ୍ରୁତି ସମ୍ମିଳିତ ଥିଲା | ୨୦୨୫ ମସିହାର ପ୍ରତିବାଦ ସମୟରେ ପ୍ରାଣ ହରାଇଥିବା ନାଗରିକମାନଙ୍କ ପରିବାରକୁ ଆଇନ ପ୍ରବର୍ତ୍ତନକାରୀ କର୍ମଚାରୀଙ୍କ ପରିବାର ସହ ସମାନ ହାରରେ କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାସହ ଗୁଳିଚାଳନାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଥିଲା । ଚୁକ୍ତି ଅନୁସାରେ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ସରକାରୀ ଚାକିରିର ସୁଯୋଗ |ବର୍ତ୍ତମାନର ଆନ୍ଦୋଳନର ମୂଳ କେନ୍ଦ୍ରବିନ୍ଦୁ ହେଉଛି ମିଳିତ ଆୱାମୀ କାର୍ଯ୍ୟ କମିଟିର ଦାବି, ଯେଉଁଥ୍ରେ ୫୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଜମ୍ମୁ ଓ କାଶ୍ମୀରରୁ ୧୯୪୭ ଏବଂ ୧୯୬୫ ପରେ ପାକିସ୍ତାନରେ ବସବାସ କରିଥିବା ଶରଣାର୍ଥୀମାନଙ୍କ ପାଇଁ ସଂରକ୍ଷିତ ୧୨ଟି ଆସନକୁ ରଦ୍ଦ କରାଯାଉ। JAACର ଯୁକ୍ତି ହେଉଛି ଏହି ଆସନଗୁଡ଼ିକ ମାଧ୍ୟମରେ ପାକିସ୍ତାନର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ PoJKରେ ସରକାର ଗଠନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇପାରୁଛନ୍ତି ଏବଂ ସ୍ଥାନୀୟ ରାଜନୈତିକ ପ୍ରତିନିଧୂତ୍ବକୁ ଦୁର୍ବଳ କରୁଛନ୍ତି । ସଦ୍ୟତମ ଅଶାନ୍ତି PoJKରେ ଚାଲିଆସୁଥିବା ଶାସନଗତ ଦୁର୍ବଳତା ଏବଂ ଲମ୍ବା ସମୟ ଧରି ଅମୀମାଂସିତ ହୋଇ ରହିଥିବା ରାଜନୈତିକ ପ୍ରଶ୍ନଗୁଡ଼ିକୁ ପୁଣିଥରେ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆଣିଛି I ବର୍ଭମାନ ଜନସାଧାର ରଣଙ୍କ ଦାବି କେବଳ ଆର୍ଥିକ ପ୍ରସଙ୍ଗରେ ସୀମିତ ନ ରହି ରାଜନୈତିକ ଦାୟିତ୍ବବୋଧ, ପ୍ରତିନିଧୂତ୍ଵ ଏବଂ ସ୍ଥାନୀୟ ସ୍ୱାୟତ୍ତତା ଉପରେ ଅଧୂକ କେନ୍ଦ୍ରିତ ହେଉଛି | ଯଦି ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଅର୍ଥପୂର୍ଣ୍ଣ ଏବଂ ଏବଂ ସ୍ଥାୟୀ ସଂସ୍କାର କର କରାଯାଏ ନାହିଁ, ତେବେ ପ୍ରତିବାଦ ଓ ସରକାରୀ କଠୋର କାର୍ଯ୍ୟାନୁଷ୍ଠାନର ଚକ୍ର ଆଗାମୀ ଦିନରେ ମଧ୍ଯ ଜାରି ରହିପାରେ I ଅଜିତ କୁମାର ସିଂହ, ସିନିୟର ଫେଲୋ, ଇନଷ୍ଟିଚ୍ୟୁଟ୍ ଫର୍ କନଫ୍ଲକ୍ଟ ମ୍ୟାନେଜମେଣ୍ଟ