ତିହିଡିରେ ୪ ଦିନିଆ ବିକାଶରଧାରା ଓଡିଶା ସାରା ଉଦ୍‌ଯାପିତ |

92

କଟକ ( ଉତ୍କଳ ନ୍ୟୁଜ ) ୨୧-୦୬-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ୪ ଦିନିଆ ବିକାଶରଧାରା ଓଡିଶା ସାରା କାର୍ଯ୍ୟକ୍ରମ ଶନିବାର ମଧ୍ୟାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିବସରେ ଖାଦ୍ୟ ସୁରକ୍ଷା ଯୋଜନାରେ ୩୩୫ଜଣ ହିତାଧିକାରୀଙ୍କୁ ରେଶନ କାର୍ଡ଼ ବଣ୍ଟନ କରାଯିବା ସହିତ ୫୦ହଜାର ୫୮୮ପରିବାରକୁ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ, ୯୬ଜଣଙ୍କୁ ଅନ୍ତଦ୍ୟୋୟ ଗୃହ ଏବଂ ୪ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କଲେ ୨୦ହଜାର ଟଙ୍କା ବୋନସ ସହିତ ଭିଭିଜି ରାମଜୀରେ ୨୪ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ସେହିପରି ୧୭୦ଜଣ ନୂତନ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରା ଯାଇଥିବା ବେଳେ ୨ଶହ ନୂତନ ହିତାଧିକାରୀଙ୍କୁ ଶ୍ରମକାର୍ଡ଼ ବଣ୍ଟନ କରାଯାଇଛି । ଏଥିସହ ସମସ୍ତ ଅଙ୍ଗନୱାଡି କର୍ମୀମାନଙ୍କୁ ସରକାରୀ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଲାଗି ମୋବାଇଲ୍ ହେଣ୍ଡ ସେଟ୍ ପ୍ରଦାନ କରାଯାଇଛି । ସେହିପରି କାର୍ଯ୍ୟରେ ଦକ୍ଷତା ଅର୍ଜନ କରିଥିବା ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିଥିବା ୪ ଜଣ ବିଏଲଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ବିଡ଼ିଓ ନିରଞ୍ଜନ ବାରିକ, ସମ୍ମାନୀତ ଅତିଥିଭାବେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଏବିଡ଼ିଓ ମୀନକେତନ ବାରିକ ଯୋଗଦେଇ କେନ୍ଦ୍ର ସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପର୍ତ୍ତୀରେ ସରକାରଙ୍କ ଯୋଜନାଗୁଡିକ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସହ ଶ୍ରମ ଅଧିକାରୀ ଲୋକନାଥ ଦାସ, ସରପଞ୍ଚ ସୁପ୍ରଭା ପାଣି, ପୁଷ୍ପାଞ୍ଜଳି ଲେଙ୍କା, କୁନ୍ତଳା ମଲିକ, ନିହାରିକା ବିଶ୍ୱାଳ, ଚକ୍ରଧର ଦାସ, ସମିତିସଭ୍ୟ ଦେବେନ୍ଦ୍ର ଦାସ ଓ ଅଜୟ ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିପିସି କୌଶିକ ଗିରି ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |