କଟକ ( ଉତ୍କଳ ନ୍ୟୁଜ ) ୧୯-୦୬-୨୦୨୬ : ରାଜ୍ୟ ଟାଇକୋଣ୍ଡୋ ପ୍ରତିଯୋଗିତା ୨୦୨୬ର ଉଦଯାପିତ ଉତ୍ସବ ସ୍ଥାନୀୟ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ହୋଇଯାଇଛି।ରାଜ୍ୟ ସ୍ତରୀୟ କିରୋଗୀ ଓ ପୂମସେ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୧୧୨୦ ଜଣ ପ୍ରତି ଯୋଗି ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ୧୬ତା ଠାରୁ ୧୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଓଡ଼ିଶା ଟାଏକୋଣ୍ଡୋ ସଂଘ ଓ କଟକ ଜିଲ୍ଲା ଟାଏକୋଣ୍ଡୋ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା।ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ୪୭ଟି ଟ୍ରେନିଂ ଏକାଡେମୀରୁ କିରୋଗୀ ଇଭେଣ୍ଟରେ ୫୩୫ ଓ ପୂମସେ ଇଭେଣ୍ଟରେ ୫୮୭ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଥିଲେ। ଆଜିର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ବିଭାଗରେ ସିନିଅର ଫୁଟବଲ କୋଚ ଗଙ୍ଗାଧର ବେହେରା ଓ ବାସ୍କେଟବଲ କୋଚ ପ୍ରଶାନ୍ତ କୁମାର ତରାଇ ମୁଖ୍ୟା ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ କିରୋଗୀ ଇଭେଣ୍ଟରେ ପୁରୀ ଜିଲ୍ଲା ଚାମ୍ପିୟନ ଟ୍ରଫି ହାସିଲ କରିଥିବା ବେଳେ ଯାଜପୁର ଜିଲ୍ଲା ଉପ ବିଜେତା ଓ ଦ୍ୱତୀୟ ଉପ ବିଜେତା କଟକ ଜିଲ୍ଲା ଟ୍ରଫି ହାସିଲ କରିଥିଲେ।ସେଇପରି ପୁଂସି ଇଭେଣ୍ଟରେ ବୌଦ୍ଧ ଜିଲ୍ଲା ଚାମ୍ପିୟନ ଟ୍ରଫି ହାସିଲ କରିଥିବା ବେଳେ ପୁରୀ ଜିଲ୍ଲା ଉପ-ବିଜେତା ଓ ଦ୍ୱତୀୟ ଉପ ବିଜେତା କେନ୍ଦୁଝର ଜିଲ୍ଲା ଟ୍ରଫି ହାସିଲ କରିଥିଲେ।ସର୍ବ ଶେଷରେ ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ମନମୋହନ ଭଞ୍ଜ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପ୍ରତିଯୋଗିତାକୁ ନେଇ ରାଜ୍ୟ ସଂଘର ସମ୍ପାଦକ ଅନେକ ଖୁସି ବ୍ୟକ୍ତ କରିଥିଲେ।