କଟକ ବିଜେପିର ଯୁବନେତା ସନ୍ତୋଷ କୁମାର ମହାନ୍ତିଙ୍କ ଦ୍ୱାରା ବନ୍ଧୁ ମିଳନ |

52

କଟକ ( ଉତ୍କଳ ନ୍ୟୁଜ ) ୧୮-୦୬-୨୦୨୬: କଟକ ବିଜେପିର ଯୁବନେତା ସନ୍ତୋଷ କୁମାର ମହାନ୍ତିଙ୍କ ଉଦ୍ୟମରେ ଆଜି ପ୍ରଧାନମନ୍ତ୍ରୀଙ୍କ ଶାସନର ୧୨ ବର୍ଷ ପୂର୍ତ୍ତି ଓ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଏକ ଅଭିନନ୍ଦନ ସଭା, ରଜ ମହୋତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କଟକ ସହରର ବହୁ ବିଶିଷ୍ଟ ବ୍ୟକ୍ତି,ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଏବଂ ସମାଜର ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଅତିଥ୍ୟା ମାନଙ୍କୁ ସମ୍ବନ୍ଧିତ କରାଯିବା ସ‌ହିତ ବିଭିନ୍ନ ସାମାଜିକ ଓ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରି ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ।ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରି ଜନସେବା ଓ ସାମାଜିକ ସମନ୍ବୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି କାର୍ଯ୍ୟକ୍ରମରେ କଟକ ସହରର ବାଇଶି ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳିର କର୍ମକର୍ତ୍ତା ସହିତ ଶାନ୍ତି କମିଟିର ସଭାପତି ଓ କର୍ମ କର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।