କଟକ ବାରବାଟୀ ବରିଷ୍ଠ ନାଗରିକ ସଙ୍ଘ ର ରଜ ମହୋତ୍ସବ ପାଳନ |

25

କଟକ ( ଉତ୍କଳ ନ୍ୟୁଜ ) ୧୫-୦୬-୨୦୨୬ ; କଟକ ବାରବାଟୀ ବରିଷ୍ଠ ନାଗରିକ ସଙ୍ଘ ର ରଜ ମହୋତ୍ସବ ପିଠାପୁର ସ୍କୁଲ ପ୍ରାଙ୍ଗଣରେ ମହା ଆଡମ୍ବରରେ ପାଳନ ହୋଇଯାଇଛି। ସଭାପତି ତୁଷାର ମହାପାତ୍ର ଓ ସମ୍ପାଦକ ମନୋଜ ମହାପାତ୍ର ଙ୍କ ପରିଚାଳନା ରେ ସମସ୍ତ ସଭ୍ୟ ସଭ୍ୟା ଭାଗନେଇ ଭାବର ଆଦାନ ପ୍ରଦାନ, କବିତା ପାଠ, ସଂଗୀତ ପରିବେଷଣ ସହିତ ପୋଡ଼ପିଠା ଓ ସ୍ୱାଦିଷ୍ଟଖାଦ୍ୟ ସେବନ କରି ଏହି ଉତ୍ସବ କୁ ଉପଭୋଗ କରିଥିଲେ। ସଭାରେ ବରିଷ୍ଠ ନାଗରିକ ଙ୍କ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ବିଶେଷ ଆଲୋଚନା ମଧ୍ୟ ହୋଇଥିଲା। ପଞ୍ଚମ ବାର୍ଷିକ ଏହି ଉତ୍ସବ ରେ ସ୍ଥାନୀୟ ବିଜେପି ନେତା ଲଲାଟେନ୍ଦୁ ବଡୁ ଯୋଗଦେଇ ଏହି ମହତ ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଥିଲେ। ଶେଷରେ ବିଜୟ କୁମାର ମହାପାତ୍ର ସମସ୍ତ ଙ୍କୁ ରଜ ପାନ ଅର୍ପଣ କରିଥିବା ବେଳେ ବିଜୟ କୁମାର ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।