କଟକ ( ଉତ୍କଳ ନ୍ୟୁଜ) ୮-୦୬-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନୟାନନ୍ଦ ପଂଚ।।ୟତର ବିଶିଷ୍ଟ କାଳୀ ସାଧକ ପିତାମ୍ବର ଦାସ ଥିଲେ ଜଣେ ମହାନ ଆତ୍ମା । ତାଙ୍କର ତ୍ୟାଗ, ନିଷ୍ଠା ତଥା ପ୍ରଚେଷ୍ଟା ବଳରେ ସେ ସର୍ବୋଚ୍ଚ ଦେବୀ ମନ୍ଦିର ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କର ବହୁ ଅନୁଗାମୀ ଅଛନ୍ତି ଓ ତାଙ୍କ ପ୍ରଭାବାରେ ସ୍ଥାନୀୟ ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପାରିଥିଲା ବୋଲି ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସମାଜସେବୀ ସୁରେନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜିଲାପାଳ ଦିଲିପ ରାଉତରାଏ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟକ, ରାଜେନ୍ଦ୍ର କୁମାର ଦାସ, ବିଷ୍ଣୁବ୍ରତ ରାଉତରାୟ, ତ୍ୟ।।ଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ଧାମନଗର ନିର୍ବାଚନ ମଣ୍ଡଳୀ ବିଜେଡି ନେତା ଡାକ୍ତର ସଂଜୟ ଦାସ, ପୂର୍ବତନ ତିହିଡ଼ି ପଂଚାୟତ ସମିତି ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ଯୁବନେତା ବିଶ୍ୱଜିତ ବେହେରା, ସରପଂଚ ନିହାରିକା ବିଶ୍ୱାଳ, ପୂର୍ବତନ ସରପଂଚ ଭଗବାନ ପାଢ଼ୀ, ବିଜୁ ସେଠୀ, କୀର୍ତ୍ତର୍ନ ରାଉତ, ଯୁବନେତା ଅନିରୁଦ୍ଧ ବାରିକ, ପୂର୍ବତନ ସମିତି ସଭ୍ୟ ଅମର ସେନାପତି, ସମାଜସେବୀ ଗଣେଶ ନାୟକ ପ୍ରମୁଖ ବହୁ ସମାଜସେବୀ ଓ ରାଜନେତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ପୂର୍ବତନ ସମିତି ସଭ୍ୟ ସଂଗ୍ରାମ କେଶରୀ ଦାସ କୃତଜ୍ଞତା ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |