ଯାଜପୁର ପୋଲିସ କୁ ମିଳିଲା ବଡ଼ ସଫଳତା l ୩୨ ବର୍ଷ ପରେ ହତ୍ୟା ଅଭିଯୋଗରେ ପଳାତକ ଘୋଷଣା ହୋଇଥିବା ଅଭିଯୁକ୍ତକୁ ଗିରଫ |

64

କଟକ ( ଉତ୍କଳ ନ୍ୟୁଜ ) ୨୭-୦୫-୨୦୨୬: ଯାଜପୁର ପୋଲିସ କୁ ମିଳିଲା ବଡ଼ ସଫଳତା l ଏକ ହତ୍ୟା ଅଭିଯୋଗରେ କୋର୍ଟ ପଳାତକ ଘୋଷଣା କରିଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା କୁଆଖିଆ ପୋଲିସ l କଥା ଟି ଶୁଣି ବିଶ୍ୱାସ ହେଉନଥିବ l ମାତ୍ର କଥାଟି ସମ୍ପୂର୍ଣ୍ଣ ସତ୍ୟ l ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ନୂଆହାଟ ଗାଁରେ l ହତ୍ୟା ଅଭିଯୋଗରେ ଆଜକୁ ୩୨ ବର୍ଷ ଧରି ନିଖୋଜ ଥିବା ପଳାତକୁ ନିଜ ଘରେ ଠାବ କରିଛି କୁଆଖିଆ ପୋଲିସ l । ହତ୍ୟା ଅଭିଯୋଗ ଆସିବା ପରେ ଜଣେ ରାଜମିସ୍ତ୍ରୀ ଯିଏ ତିନି ଦଶନ୍ଧି ଧରି ଚାରିପାଖରେ କାନ୍ଥ ନିର୍ମାଣ କରି ଲୁଚି ରହିବା ପାଇଁ ସ୍ଥାନ ଠିକ କରିଥିଲା ଏବଂ ଏହି ସ୍ଥାନରେ ଲୁଚିକି ରହୁଥୁଲା । କୌଣସି ସୂତ୍ରରୁ କୁଆଖିଆ ପୋଲିସ ସୂଚନା ପାଇ ଏକ ଫିଲ୍ମି ଷ୍ଟାଇଲରେ ଅଭିଯୁକ୍ତର ଘର ଆଗରେ ଦୀର୍ଘ ଘଟଣା ବିଭିନ୍ନ ବେଶରେ ଲୁଚି ରହି ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳତା ପାଇଛି l ୧୯୯୪ ମସିହାର ଏକ ମାମଲାରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ୫୮ ବର୍ଷୀୟ ହତ୍ୟା ଅଭିଯୁକ୍ତକୁ ତାଙ୍କ ଘର ତଳେ ନିର୍ମିତ ଏକ ଗୁପ୍ତ କୋଠରୀରୁ ଟାଣି ଆଣିଥିଲା ପୋଲିସ । ସୂଚନା ଅନୁଯାୟୀ ଅଭିଯୁକ୍ତ ତାଙ୍କ ଭାଇ ଭାଇକୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ରବୀନ୍ଦ୍ର ମଲ୍ଲିକ ଯାଜପୁର ଜିଲ୍ଲାର ନୂଆହାଟ ଗାଁରୁ ପଳାଇ ଆସିବା ପରେ 32 ବର୍ଷ ଧରି ନିଖୋଜ ଥିଲେ। କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠିଙ୍କ କହିବା ଅନୁଯାୟୀ 1994 ମସିହା ଅକ୍ଟୋବର 21 ତାରିଖରେ 27 ବର୍ଷୀୟ ପରମାନନ୍ଦ ମଲ୍ଲିକଙ୍କୁ ରବୀନ୍ଦ୍ର ମଲ୍ଲିକ ହତ୍ୟା କରି ଫେରା ହେଇଯାଇଥିଲେ l ତେବେ ପୋଲିସ ରବୀନ୍ଦ୍ରକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଉ ପାଇ ନଥିଲେ l ଶେଷରେ ସ୍ଥାନୀୟ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ପରେ ସେ ନିଖୋଜ ହୋଇଗଲେ। ଏହା ପରେ ରବୀନ୍ଦ୍ର ଏକ ମିଥ୍ୟା ପରିଚୟ ଦେଇ ପ୍ରବାସୀ ଶ୍ରମିକ ହେଇ ବାହାର ରାଜ୍ୟକୁ କାମ କରିବାକୁ ଚାଲିଗଲା । ତେବେ ଥାନା ଅଧିକାରୀଙ୍କ କହିବା କଥା ସେ ଆଦମପୁର ଗ୍ରାମର ବାସିନ୍ଦା ବୋଲି ନିଜକୁ ପରିଚୟ ଦେଇ ଏକ ନକଲି ନାମରେ ଆଧାର ଏବଂ ଭୋଟର ପରିଚୟପତ୍ର ସଂଗ୍ରହ କରିଥିଲେ। ଏଥିସହିତ କିଛି ବର୍ଷ ପାଇଁ ସେ ହାଇଦ୍ରାବାଦ,କେରଳ ଏବଂ ଅନ୍ୟ ସ୍ଥାନରେ ରାଜମିସ୍ତ୍ରୀ ଭାବରେ କାମ କରିବାକୁ ଚାଲିଗଲା l କିନ୍ତୁ ପରବର୍ତୀ ଅବସ୍ଥାରେ ଘରେ ପରିବାର ସଦସ୍ୟଙ୍କ ସହିତ ଚୁପଚାପ୍ ଯୋଗାଯୋଗରେ ରହୁଥିଲେ। ସେ ଯେତେବେଳେ ଘରକୁ ଆସନ୍ତି ଘର ଭିତରେ ଥିବା ଏକ ଗୁପ୍ତ ଘରେ କିଛି ଦିନ ପାଇଁ ଲୁଚିକି ରହି ପୁଣି କାମରେ ବାହାର ରାଜ୍ୟ କୁ ଚାଲି ଯାଆନ୍ତି l ଯାହାଫଳରେ ପୋଲିସ ରବୀନ୍ଦ୍ରର କୌଣସି ସୁରାକ ପାଏନି l ଗତ କିଛିଦିନ ତଳେ ରବୀନ୍ଦ୍ର ଗାଁକୁ ଫେରି ଏକ ପାରିବାରିକ କାର୍ଯ୍ୟକ୍ରମରେ ଆସିଥିବା ଜିଲ୍ଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲେ l ଏଥିସହିତ କୁଆଖିଆ ପୋଲିସକୁ ଗୁପ୍ତ ଭାବରେ ନଜର ରଖିବାକୁ ଯାଜପୁର ଏସପି ନିର୍ଦ୍ଦେଶ ଦେଇଥିଲେ l ଶୁକ୍ରବାର ରାତିରେ ପୋଲିସ ଅଚାନକ ତାଙ୍କ ଘର ଉପରେ ଚଢାଉ କଲା,ରବୀନ୍ଦ୍ର ଏକ ଗୁପ୍ତ ଘର ଭିତରେ ଲୁଚି ରହିଥିବାର ଦେଖି ଗିରଫ କରିଥିଲେ l ଏଥିସହିତ ଘଟଣାର ତଦନ୍ତ କରିବା ପରେ କୋର୍ଟ ଚାଲାଣ କରିଥିବା ଆଜି ସୂଚନା ଦେଇଛି ପୋଲିସ l ଘଟଣା କ୍ରମ ୧୯୯୪ ମସିହା ରେ ତତ୍କାଳୀନ ଧର୍ମଶାଳା ବିଧାୟକ ଅଭିଯୁକ୍ତ ରବୀନ୍ଦ୍ର ମଲ୍ଲିକଙ୍କ ବଡ଼ ବାପାଙ୍କୁ ଏକ ନଙ୍ଗଳ ଉପହାର ଦେଇଥିଲେ l ଏହି ନଙ୍ଗଳକୁ ରବୀନ୍ଦ୍ରର ବଡ଼ ବାପାଙ୍କ ପୁଅ ପରମାନନ୍ଦ ମଲ୍ଲିକ ରଖିଥିଲା l କିଛିଦିନରେ ରବୀନ୍ଦ୍ର ଏହି ନଙ୍ଗଳକୁ ପରମାନନ୍ଦକୁ ମାଗିଥିଲା l ମାତ୍ର ପରମାନନ୍ଦ ଆଉ ନଙ୍ଗଳ ଦେବାକୁ ମନା କରିଥିଲା l ଯାହାକୁ ନେଇ ଦୁହେଁଙ୍କ ମଧ୍ୟରେ ବଚସା ହେଇଥିଲା l ଏଥିରେ ଉତକ୍ଷିପ୍ତ ହେଇ ରବୀନ୍ଦ୍ର ଏକ କୋଦଳାରେ ପରମାନନ୍ଦଙ୍କୁ ପିଟି ଦେଇଥିଲା l ଫଳରେ ପରମାନନ୍ଦର ଘଟଣା ସ୍ଥଳରେ ମୃତ୍ୟୁ ବରଣ ହେଇଥିଲା l ଏହି ଘଟଣାକୁ ଜଗବନ୍ଧୁ ମଲ୍ଲିକ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ l ପୋଲିସ ପକ୍ଷରୁ କେଶ ନମ୍ବର 205/1994 ରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ କରୁଥିଲା ଯାଜପୁର ରୁ ପ୍ରଶାନ୍ତ ନାୟକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |