କଟକ ( ଉତ୍କଳ ନ୍ୟୁଜ ) ୮-୦୫-୨୦୨୬ : ଷ୍ଟୁଆର୍ଟ ଵିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଦ୍ୱାରା ବିଶ୍ୱ ରେଡକ୍ରସ୍ ଦିବସ ଉପଲକ୍ଷେ ବିଭିନ୍ନ ସମାଜ ସେବା କାର୍ଯ୍ଯକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ଦୀପା ନାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ରେଡକ୍ରସ୍ ର ପ୍ରତିଷ୍ଠାତା ସାର୍ ଜନ୍ ହେନେରୀ ଡୁନାନ୍ଟ ଙ୍କ ଜନ୍ମ ବାର୍ଷିକ ଦିବସରେ କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଷ୍ଟୁଆର୍ଟ ଵିଜ୍ଞାନ ମହାବିଦ୍ୟାଳୟରେ ଦୁଇ ଦିନିଆ ଜଳଛତ୍ର କାର୍ଯ୍ଯକ୍ରମ ଆୟୋଜନ କରିବା ସହ ନିଃସହାୟ ଙ୍କୁ ସ୍ୱେଚ୍ଛାସେବୀ ମାନେ ସହାୟତା ପ୍ରଦାନ କରିଥିଲେ। ଭାରତୀୟ ରେଡକ୍ରସ ସୋସାଇଟୀ ଓଡିଶା ରାଜ୍ଯ ଶାଖା ଦ୍ୱାରା ଖାଦ୍ୟ ଓ ଦୈନିକ ଆବଶ୍ୟକୀୟ ସାମଗ୍ରୀ ନିଃସହାୟ ଲୋକଙ୍କୁ ସହାୟତା ପାଇଁ ଯୋଗାଇ ଦିଆଯାଇଥିଲା। ଏହି ସାମଗ୍ରୀକୁ ଯାଜପୁର ଜିଲ୍ଲା ସ୍ଥିତ ଛତିଆ ଠାରେ ଏକ ଜରାଶ୍ରମ ରେ ଏବଂ ଚଣ୍ଡିଖୋଲ ର ନେଉଳପୁର ଗ୍ରାମ ପଞ୍ଚାୟତ ର ମୁଣ୍ଡା ସାହି ଠାରେ ମଧ୍ୟ ସହାୟତା ପ୍ରଦାନ କରା ଯାଇଥିଲା।

୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ରେଡକ୍ରସ ତରଫରୁ ସହାୟତା ଦେବାରେ ରେଡକ୍ରସ ଓଡିଶା ଶାଖାର ଅବୈତନିକ ସଚିବ ଶ୍ରୀଯୁକ୍ତ ଗଣେଚନ୍ଦ୍ର ପାତ୍ର ଏବଂ ଡ଼. ରମେଶ ଚନ୍ଦ୍ର ବେହେରା, ଯୁବ ରେଡକ୍ରସ୍ ଅଧିକାରୀ ଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ଷ୍ଟୁଆର୍ଟ ଵିଜ୍ଞାନ ମହାବିଦ୍ୟାଳୟର ପରାମର୍ଶଦାତା ଡ଼. ସସ୍ମିତା ପଟ୍ଟନାୟକ ଙ୍କ ଦ୍ଵାରା ସହାୟତା କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନେ ବିଶେଷ ଭୂମିକା ପ୍ରଦାନ କରିଥିଲେ। କଟକ ଜିଲ୍ଲା ଓ ଯାଜପୁର ଜିଲ୍ଲା ର ଅନ୍ୟ ଯୁବରେଡକ୍ରସ ସ୍ୱେଚ୍ଛାସେବୀ ଓ ପରାମର୍ଶ ଦାତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମର ସହାୟତା ପ୍ରଦାନ କରିଥିଲେ।

କାର୍ଯ୍ଯକ୍ରମ ରେ ଡ଼. ସ୍ମିତା ମହାନ୍ତି (ଷ୍ଟୁଆର୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରାମର୍ଶ ଦାତା), ସୁମିତା ଆଚାର୍ଯ୍ୟ (ଇମର୍ତି ଦେବୀ ମହିଳା ମହାବିଦ୍ୟାଳୟର ପରାମର୍ଶଦାତା), ରଜତି ରାଉତ ଆଦି ବିଶେଷ ସହାୟତା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ରସାୟନ ବିଭାଗୀୟ ମୁଖ୍ୟ ଡ଼. ଅବନୀ କୁମାର ସାହୁ ଏହି ବିଶ୍ୱ ରେଡକ୍ରସ୍ ଦିବସ ପାଳନ ଅବସରରେ ଯୋଗ ଦେଇଥିଲେ। ସହାୟତା ବଣ୍ଟନ କରିବାରେ ଜରାଶ୍ରମରେ ପ୍ରତିଷ୍ଠାତା ଅଶୋକ କୁମାର୍ ସ୍ବାଇଁ ଓ ତାଙ୍କର ସହକର୍ମୀ ମାନେ ଏବଂ ନେଉଳପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଦିବାକର ବେହେରାଙ୍କର ସହାୟତାରେ ବଣ୍ଟନ କାର୍ଯ୍ୟ ସଫଳ ହୋଇଥିଲା। କରିଥିଲେ।