କଟକ ( ଉତ୍କଳ ନ୍ୟୁଜ ) ୨୯-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ କାର୍ଯ୍ୟରତ ଯୋଗାଣ ନିରୀକ୍ଷକଙ୍କ ବଦଳି ବାତିଲ ଦାବିକଲା ନାଗରିକ ମଞ୍ଚ । ତିହିଡି ଯୋଗାଣ ନିରୀକ୍ଷକ(ଏମଆଇ)ପ୍ରୀତିଶ ରଞ୍ଜନ ସାମଲଙ୍କୁ ଧାମନଗର ଓ ଧାମନଗର ବ୍ଲକରେ ଥିବା ଯୋଗାଣ ନିରୀକ୍ଷକଙ୍କୁ ତିହିଡି ବ୍ଲକକୁ ବଦଳି କରାଯାଇଛି । ତେବେ ତିହିଡି ବ୍ଲକର ଯୋଗାଣ ନିରୀକ୍ଷକ ଶ୍ରୀ ସାମଲଙ୍କ ବଦଳି ବାତିଲ କରାଯିବାକୁ ତିହିଡି ବ୍ଲକ ନାଗରିକ ମଞ୍ଚପକ୍ଷରୁ ଦାବି କରାଯାଇଛି । ନାଗରିକ ମଞ୍ଚର କର୍ମକର୍ତ୍ତର୍ାମାନେ ସୋମବାର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ବଦଳି ବାତିଲ କରିବାକୁ ଦାବି ଜଣାଇଛନ୍ତି । ଅପରପକ୍ଷେ ତିହିଡି଼ ବ୍ଲକକୁ ବଦଳି ହୋଇ ଆସିଥିବା ନୂତନ ଯୋଗାଣ ନିରୀକ୍ଷକ ମଙ୍ଗଳବାର କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ । ମାତ୍ର ବିଡ଼ିଓ ତାଙ୍କୁ କାର୍ଯ୍ୟରେ ଯୋଗ କରେଇ ଦେଇନଥିବା ବେଳେ ମଞ୍ଚ କର୍ମକର୍ଞ୍ଚାଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ । ଯାହାଫଳରେ ସେ କାର୍ଯ୍ୟରେ ଯୋଗଦେଇ ନପାରି ଫେରି ଯାଇଥିବା ଜଣା ଯାଇଛି । ବ୍ଲକରେ କାର୍ଯ୍ୟରତ ଏମଆଇ ଶ୍ରୀ ସାମଲ ଜଣେ କର୍ତ୍ତର୍ବ୍ୟନିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଅପରପକ୍ଷେ ତିହିଡିକୁ ବଦଳି ହୋଇଥିବା ଯୋଗାଣ ନିରୀକ୍ଷକ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି କରାଯାଇଥିଲା । ସେଠାରେ ତାଙ୍କୁ ବିରୋଧ କରାଯାଇ ଲୋକ କାର୍ଯ୍ୟରେ ଯୋଗଦାନ କରେଇ ଦେଇନଥିଲେ । ପରେ ତାଙ୍କୁ ତିହିଡି ବଦଳି କରାଯାଇଛି । ଭଣ୍ଡାରିପୋଖରୀ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ କେମିତି ତିହିଡି଼ ବ୍ଲକ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ ପରି ଜଣେ ଦୁର୍ନୀତିଗ୍ରସ୍ତ ଯୋଗାଣ ନିରୀକ୍ଷକ ତିହିଡି଼ ବ୍ଲକରେ ଯୋଗଦାନ କଲେ ତାଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯିବା ସହ ଯୋଗାଣ ନିରୀକ୍ଷକ ଶ୍ରୀ ସାମଲଙ୍କ ବଦଳିକୁ ବାତିଲ କରାଯାଇ ତାଙ୍କୁ ତିହିଡି଼ରେ କାର୍ଯ୍ୟ କରିବା ପାଇଁ ପୂନଃ ନିର୍ଦ୍ଦେଶ ପ୍ରଦାନ ଦିଗରେ ପଦକ୍ଷେ ନେବାକୁ ଦାବି ହୋଇଛ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |