ଚୌଦ୍ବାର କଲେଜ , ରାସାୟନ ବିଜ୍ଞାନ ବିଭାଗରେ +୩ ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା |

5

କଟକ ( ଉତ୍କଳ ନ୍ୟୁଜ ) ୨୯-୦୪-୨୦୨୬ : ଚୌଦ୍ଵାର କଲେଜ ପରିସରରେ ରସାୟନ ବିଜ୍ଞାନ ବିଭାଗରେ +୩ ଶେଷ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରଦ୍ଧା ଓ ଆଶୀର୍ବାଦର ପର୍ବ ପାଳନ କରିବା ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ରାଉତରାୟ ଙ୍କ ଅନୁମତିକ୍ରମେ ରାସାୟନ ବିଜ୍ଞାନ ବିଭାଗ ର ସେମିନାର ହଲ୍ ରେ ଏହି ପର୍ବ ର ଆୟୋଜନ କରାଯାଇଥିଲା। ପ୍ରାଧ୍ୟାପକ ଡଃ ଦୀପକ କୁମାର ମହାନ୍ତି, ପ୍ରାଧ୍ୟାପିକା ଡଃ ସସ୍ମିତା ଭୂୟାଁ, ଅଧ୍ୟାପକ ଶ୍ରୀ ଅମିୟ କୁମାର ମହାନ୍ତି ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବେଦ ମନ୍ତ୍ର ର ଉଦ୍ଭାସନ ମଧ୍ୟରେ ସଭା କୁ ଉଦ୍ଘାଟନ କରିଥିଲେ। ସ୍ନାତକ ସମାପ୍ତ କରି ଆଗକୁ କିପରି ଶିକ୍ଷା କ୍ଷେତ୍ରରେ ନିଜର ଦକ୍ଷତା ବିକାଶ କରି ଆଗକୁ ବଢ଼ିବେ ସେ ଦିଗରେ ଅତିଥିମାନେ ପିଲାଙ୍କୁ ଦିଗ ଦର୍ଶନ ଦେଇ ଆଶୀର୍ଵାଦ କରିଥିଲେ।

ସମସ୍ତ ଛାତ୍ରଛାତ୍ରୀ ରସାୟନ ବିଜ୍ଞାନ ବିଭାଗ ତଥା କଲେଜ ରେ ସେମାନଙ୍କ ର ତିନି ବର୍ଷର ଅଭିଜ୍ଞତା ବଖାଣି ଥିଲେ।ଅନ୍ୟ ଜୁନିଅର୍ ପିଲାମାନେ ମଧ୍ୟ ସେମାନଙ୍କର ବକ୍ତବ୍ୟ ରଖି ଥିଲେ। ବିଭାଗୀୟ ମୁଖ୍ୟ ଡଃ ମମତା ସାହୁ, ଅଧ୍ୟାପିକା ଡଃ ନିରୁପମା ପରିଡ଼ା, ଡେମନଷ୍ଟ୍ରେଟର ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଏସ କେ କସିମ୍ ଭାରତ ବାଇ ପ୍ରଭୃତିଙ୍କ ଅବଦାନ, ପରିଶ୍ରମ ଓ ଭଲ ପାଇବା ଭୁଲି ହେବନି ବୋଲି ଛାତ୍ରଛାତ୍ରୀଙ୍କ ମୁହଁ ରୁ ଶୁଣିବାକୁ ମିଳିଥିଲା। ଶେଷରେ ସେମିନାର ସଂପାଦିକା ଶୁଭଲକ୍ଷ୍ମୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।