କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ |

25

କଟକ,( ଉତ୍କଳ ନ୍ୟୁଜ ) ୨୮-୦୪-୨୦୨୬ : ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ସକାଳ ୮ଘଟିକା ୩୦ମିନିଟ ସମୟରେ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧିପୀଠ ଓ ସେଠାରେ ଅବସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଓଡ଼ିଶା ଇତିହାସରେ ତାଙ୍କର ଅଭୁଲା ଛାପ, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଅଟଳ ସମର୍ପଣ ତଥା ଓଡିଶାର ପରିଚୟ ଏବଂ ବିକାଶ ପ୍ରତି ମଧୁସୂସନ ଦାସଙ୍କ ଅବଦାନ ଉତ୍ତର ପିଢ଼ିକୁ ପ୍ରେରଣା ଦେଇ ଆସୁଛି।

ଶିକ୍ଷା, ଶିଳ୍ପ ଏବଂ ସମାଜ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଅକ୍ଳାନ୍ତ ପ୍ରୟାସ ଏକ ଇତିହାସ ବୋଲି ଜିଲ୍ଲାପାଳ ଏହି ଅବସରରେ ସମ୍ବୋଧନ କରିଥଲେ। ପରେ ନିକଟସ୍ଥ ମଧୁସୂଦନ ପାର୍କ ଏବଂ କ୍ୟାଣ୍ଟନମେଣ୍ଟ ଛକଠାରେ ଅବସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥି ସହ ପଢ଼ିହାରୀ ପାଠାଗାର ଓ ସୂଚନା କେନ୍ଦ୍ରଠାରେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା।