ଇତିହାସ ରଚିଲେ ନିରଜ |

93

କଟକ (ଉତ୍କଳ ନ୍ୟୁଜ ) ୧୭-୦୫-୨୦୨୫ : ଦୁଇଥର ଅଲମ୍ପିକ ପଦକ ବିଜେତା ଜାଭଲୀନ ଫିଙ୍ଗାଳି ନିରଜ ଚୋପ୍ରା ଶୁକ୍ରବାର ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ଗୌରବ ଅର୍ଜନ କରିଛନ୍ତି | ପ୍ରଥମ ଥର ପାଇଁ ୯୦+ ମିଟର ଅତିକ୍ରମ କରି ଦୀର୍ଘଦିନର ସ୍ବପ୍ନକୁ ସାକାର କରିଛନ୍ତି | ଶୁକ୍ରବାର ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗରେ ୨୭ ବର୍ଷୀୟ ନିରଜ ୯୦.୨୩ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଏହି ଐତିହାସିକ କୃତିତ୍ୱ ଅର୍ଜନ କରିଛନ୍ତି | ଜର୍ମାନିର ଜୁଲିଏନ ୱେବର ଶେଷ ମିନିଟ ଥ୍ରୋ ରେ ୯୧.୦୬ ମିନିଟ ଫିଙ୍ଗି ବିଜୟ ଛଡାଇନେଇଛନ୍ତି | ଇତିହାସରେ ସେ ୨୫ତମ ଖେଳାଳି ଭାବେ ୯୦+ ମିଟର ସଫଳତା ହାସଲ କରିଛନ୍ତି |