ମେ ୧୭ ରୁ ଆରମ୍ଭ ହେବ ଆଇପିଏଲ୍ !

69

କଟକ(ଉତ୍କଳ ନିୟୁଜ) ୧୩/5:ଭାରତ ଓ ପାକିସ୍ତାନ ଯୁଦ୍ଧ କୁ ନେଇ ବନ୍ଦ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ୨୦୨୫ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଦ୍ୱାରା (ବିସିସିଆଇ) ଘୋଷଣା କରିଛି| ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସୂଚନା ଦେଇଛି।ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁଁ ମେ ୯ ତାରିଖରେ ଆଇପିଏଲ୍ ଏକ ସପ୍ତାହ ପାଇଁ ସ୍ଥଗିତ ହୋଇଥିଲା। ଧରମଶାଳାରେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସୁରକ୍ଷା କାରଣରୁ ମଝିରେ ବନ୍ଦ ହୋଇଯାଇଥିଲା। ତେବେ ଶନିବାର ଦିନ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ପୁନଃ ଆରମ୍ଭ କରିବା ପାଇଁ ଯୋଜନା କରିଛି।