ସୁପରଷ୍ଟାର ସଲମାନ ଖାନ ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର " ସିକନ୍ଦର " ର ଟିଜର ରିଲିଜ ହୋଇଯାଇଛି |

162

କଟକ (ଉତ୍କଳ ନ୍ୟୁଜ ) ୩୧-୧୨-୨୦୨୪ : ସୁପରଷ୍ଟାର ସଲମାନ ଖାନ ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର " ସିକନ୍ଦର " ର ଟିଜର ରିଲିଜ ହୋଇଯାଇଛି | ଟିଜରରେ ସଲମାନ ଙ୍କ ଜବରଦସ୍ତ ଆକ୍ସନ ଏବଂ ସୁନ୍ଦର ସଙ୍ଗୀତ ରେ ଫ୍ୟାନ୍ସ ମାନଙ୍କ ମଧ୍ୟ ରେ ଏକ ଆଲୋଡ଼ନ ସୃଷ୍ଟି କରିଛି | ୧ ମିନିଟ ୪୧ ସେକେଣ୍ଡ ଟିଜରରେ ସଲମାନ ପ୍ରାଧାନ୍ୟ ବିସ୍ତାର କରୁଥିବା ଦେଖାଯାଇଥିଲା | ପ୍ରଶଂସକମାନେ ଏହାକୁ ଚମତ୍କାର ବୋଲି କହିଛନ୍ତି। ଡିସେମ୍ବର ୨୭ ରେ ରିଲିଜ ହେବାକୁ ଥିବା ଏହି ଟିଜରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଦୁଇ ଦିନ ଅପେକ୍ଷା କରିବା ପରେ ପ୍ରଶଂସକମାନେ ସେମାନଙ୍କର ସିକନ୍ଦର ର ପ୍ରଥମ ଝଲକ ଲକ ଦେଖିବାକୁ ପାଇଛନ୍ତି।