ନୂଆନନ୍ଦ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବିଜୟୀ

826

କଟକ (ଉତ୍କଳ ନ୍ୟୁଜ) ୨୬-୦୨-୨୦୨୨ : ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧୀନ ନୂଆନନ୍ଦ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବିଜୟୀ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଏହି ପଞ୍ଚାୟତରୁ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ନିହାରିକା ବିଶ୍ୱାଳ ୧୧୬୭ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ବିଜେଡି ସମର୍ଥିତ ପ୍ରାର୍ଥିନୀ ନିରୁପମା ମଳିକ ୯୨୩ ଖଣ୍ଡ ଭୋଟ ପାଇଛନ୍ତି। ନିହାରିକା ନିରୁପମାଙ୍କ ଠାରୁ ୨୪୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟିନୀ ହୋଛନ୍ତି । ସେହିପରି ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭକ୍ତହରି ମଳିକ ୧୧୩୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡି ସମର୍ଥିତ ପ୍ରାର୍ଥିନୀ ଅର୍ଚ୍ଚନା ନାୟକ ୭୯୦ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ଭକ୍ତହରି ୩୪୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣା ଯାଇଛି । ଭଦ୍ରକ ରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |