ହୋମ ଆଇସୋଲେସନ ରେ ସଲମାନ ଖାନ

286

କଟକ (ଉତ୍କଳ ନ୍ୟୁଜ) ବଲିଉଡ ଅଭିନେତା ସଲମାନ ଖାନ ଙ୍କ ଗାଡି ଡ୍ରାଇଭର ଏବଂ ଆଉ ଦୁଇ ଜଣ କର୍ମଚାରୀ କରୋନା ରେ ସଂକ୍ରମିତ ହୋଇଥିବାର ଜଣାପଡିବା ପରେ ସେ ନିଜେ ଘରେ ଆଇସୋଲେସନ ରେ ଅଛନ୍ତି | ସଲମାନଙ୍କ ସହ ତାଙ୍କର ସମସ୍ତ ପରିବାରର ସଦସ୍ୟ ମଧ୍ୟ ହୋମ ଆଇସୋଲେସନ ରେ ଅଛନ୍ତି | ପରିବାର ର ସମସ୍ତ ସଦସ୍ୟ ଙ୍କ କରୋନା ପରୀକ୍ଷା କରାଯାଇଛି | କିନ୍ତୁ ସେମାନଙ୍କ ରିପୋର୍ଟ ଏଯାଏଁ ଆସିନାହିଁ | ତେବେ ଟଙ୍କା କର୍ମଚାରୀ ଙ୍କ ସବୁ ଖର୍ଚ୍ଚ ସଲମାନ ବହନ କରୁଛନ୍ତି |