ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ଦିନ କୋଭିଡ ନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ଦ୍ୱାରା ପାଳନ କରାଯିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।ଏହି ଅବସରରେ ଭର୍ଚୁଆଲ ମୋଡରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅକ୍ଟୋବର ୧ ତାରିଖ ଦିନ ସକାଳ ୧୦ଟା ରୁ ୧୧ଟା ସମୟ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରବନ୍ଧ ଲିଖନ,ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଛୁକଥିବା ଛାତ୍ରଛାତ୍ରୀ ମାନେ ସେପ୍ଟେମ୍ବର ୩୦ ତାରିଖରେ ସକାଳ ୧୧ଟା ଠାରୁ ଅପରାହ୍ନ ୧ ଟା ସମୟ ମଧ୍ୟରେ ନିଜର ସବିଶେଷ ବିବରଣୀ ଯଥା ନାମ, ବୟସ, ଶ୍ରେଣୀ, ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ ନିମ୍ନ ଲିଖିତ ହ୍ଵାଟ୍ସଆପ ନମ୍ବରରେ ପଞ୍ଜିକରଣ କରିପାରିବେ। ପ୍ରବନ୍ଧ ପାଇଁ ୭୦୬୪୧୧୦୫୮୫, ବକ୍ତୃତା ପାଇଁ ୯୫୫୬୬୨୯୮୧୧ ଏବଂ ଚିତ୍ରାଙ୍କନ ପାଇଁ ୯୮୬୧୬୧୯୩୯୯ ହ୍ଵାଟ୍ସଆପ ନମ୍ବର । ପ୍ରବନ୍ଧ ଲିଖନ ୨୫୦ ଶବ୍ଦ ମଧ୍ୟରେ, ବକ୍ତୃତା ୩ ମିନିଟର ଭିଡିଓ ରେକର୍ଡିଂ ମାଧ୍ୟମରେ ପ୍ରତିଯୋଗୀ ମାନେ ଉକ୍ତ ହ୍ଵାଟ୍ସଆପରେ ପଠାଇବେ। ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟଦ୍ୱାରା ଏହି ପ୍ରତିଯୋଗିତାର ସମସ୍ତ ଆୟୋଜନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, କଟକ