ବାଣପୁର ମା ପାଣ୍ଡବାଶୁଣୀ ମନ୍ଦିରରେ ଓଲିଉଡ ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ରିୟା

321

ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମା ପାଣ୍ଡବାଶୁଣୀ ମନ୍ଦିରରେ ନୂତନ ଓଡିଆ ଚଳଚ୍ଚିତ୍ର ତୋ ପାଇଁ କିଛି ବି କରିପାରେ ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ରିୟା ଯୋଗଦେଇ ମା ପାଣ୍ଡବଶୁଣୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଚଳଚ୍ଚିତ୍ରଟି ମା ପାଣ୍ଡବାଶୁଣୀ ଏଣ୍ଟେରଟେନମେଣ୍ଟ ବ୍ୟାନରର ପ୍ରଥମ ଅବଦାନ। ଏବଂ ଏହି ଦୁଇ ଅଭିନେତା ଅଭିନେତ୍ରୀ ତୋ ପାଇଁ କିଛି ବି କରିପାରେ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି। ଏହାର ନିର୍ଦ୍ଦେଶକ ଅଟନ୍ତି ନିରଞ୍ଜନ ବେହେରା ଓ ପ୍ରଯୋଜକ ଅଟନ୍ତି ଶଙ୍କର ବେହେରା। ଆଜି ଚଳଚ୍ଚିତ୍ରର ପୁରା ଟିମ ମୋରାମୋରି ସ୍ଥିତ ମା ପାଣ୍ଡବାଶୁଣୀଙ୍କ ପିଠରେ ଆଶୀର୍ବାଦ କାମନା ପାଇଁ ଆସିଥିଲେ। ସେଠାରେ ମା ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ପରେ ସମସ୍ତେ ଭୁବନେଶ୍ୱର ଫେରିଯାଇଛନ୍ତି। ଚଳଚ୍ଚିତ୍ରର ସୁଟିଙ୍ଗ ଦେଶର ବିଭିନ୍ନ ପ୍ରାନ୍ତରେ ହେବାକୁ ଥିବାବେଳେ ଶେଷ ସୁଟିଙ୍ଗ ଦିବସ ଅକ୍ଟୋବର ୨୩ ଧାର୍ଯ୍ୟ କରାଯାଇଛି ଏବଂ ସେହିଦିନ ଚଳଚ୍ଚିତ୍ରର ଶେଷ ଭାଗ ସୁଟିଙ୍ଗ ମା ପାଣ୍ଡବାଶୁଣୀଙ୍କ ପିଠରେ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅମ୍ଲାନ ଓ ରିୟାଙ୍କୁ ଦେଖିବା ପାଇଁ ଚଳଚ୍ଚିତ୍ର ପ୍ରେମୀମାନଙ୍କର ଭିଡ ଜମିଥିଲା। ଉଭୟଙ୍କୁ ଅତି ନିକଟରୁ ଦେଖି ତାଙ୍କ ପ୍ରଶଂସକମାନେ ଖୁସି ଅନୁଭବ କରିଥିଲେ । ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |