ଅଭିନେତ୍ରୀ କଙ୍ଗନା ଅଫିସକୁ ଭଙ୍ଗା ରୁଜା କଲା ବି ଏମ ସି

263

କଟକ (ଉତ୍କଳ ନିଉଜ଼) କଙ୍ଗନା ଙ୍କ ମୁମ୍ବାଇସ୍ଥିତ ଅଫିସ ଉପରେ ବୁଲଡୋଜର ଲଗାଇ ଭଙ୍ଗା ରୁଜା କରିଛି ବିଏମସି ର କର୍ମଚାରୀ ମାନେ |କଙ୍ଗନା ଅଫିସରେ ଅବୈଧ ନିର୍ମାଣ ନେଇ ବି ଏମ ସି ନୋଟିସ ଜାରି କରିଥିଲା | କଙ୍ଗନା ଟୁଇଟ କରି କହିଛନ୍ତି ଯେ, ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ |ସେଥିପାଇଁ ସେ ମୁମ୍ବାଇ କୁ ପିଓକେ ସହ ତୁଳନା କରିଥିଲେ ବୋଲି କହିଛନ୍ତି | କଙ୍ଗନା ନିଜ ଅଫିସ କୁ ରାମ ମନ୍ଦିର ବୋଲି ଦର୍ଶାଇ କହିଛନ୍ତି ଯେ ତାଙ୍କ ଅଫିସ ତାଙ୍କ ଅପାଇଁ କେବେଳ ଅଫିସ ନୁହେଁ ବରଂ ମନ୍ଦିର ଥିଲା | ଆଜି ସେହି ମନ୍ଦିର କୁ ବାବର ଆସିଥିଲା | ସୂଚନା ଅନୁସାରେ, କଙ୍ଗନା ଓ ଶିବସେନା ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗିରହିଛି |