ପବଜି ବଦଳରେ ଫୋୖଜି ଗେମ ଆସିବା : ଅକ୍ଷୟ କୁମାର

168

କଟକ (ଉତ୍କଳ ନିଉଜ଼) ଭାରତ ସରକାର ପବଜି ଗେମ ସହିତ ଛାଇନର ୧୧୮ଟି ମୋବାଇଲ ଆପକୁ ବ୍ୟାନ କରିବାର ଦୁଇଦିନ ପରେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର ନିଜର ଆକ୍ସନ ଗେମ ଫୋୖ-ଜି ଅର୍ଥାତ ଫୋୖଜି ମୋବାଇଲ ଗେମ ର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି | ଏହି ଗେମ ଖେଳୁଥିବା ଲୋକେ ଭାରତୀୟ ଯବାନଙ୍କ ବଳିଦାନ ସମ୍ପର୍କରେ ଅବଗତ ହେବେ | ଏ ସମ୍ପର୍କରେ ଟୁଇଟରେ ସୂଚନା ଦେଇ ଅକ୍ଷୟ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇ ସେ ଏହି ଆକ୍ସନ ଗେମର ଶୁଭାରମ୍ଭ କରିବାକୁ ଯାଉଛନ୍ତି | ଏହି ମୋବାଇଲ ଗେମରୁ ମିଳିବାକୁ ଥିବା ଅର୍ଥ ମଧ୍ୟରୁ ୨୦% ଭାରତ କେ ବୀର ଟ୍ରଷ୍ଟ କୁ ପ୍ରଦାନ କରାଯିବ ବୋଲି ଅକ୍ଷୟ ଉଲ୍ଲେଖ କରିଛନ୍ତି |